ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ-ଉନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚାଲିଥିବା ସମସ୍ତ ଚର୍ଚ୍ଚାର ପୂର୍ଣ୍ଣଛେଦ ପଡ଼ିଛି। ଶୁକ୍ରବାର ଏକ ସମାରୋହରେ ଫିତା କାଟିବା ଅବସରରେ କିମ୍ ଜଙ୍ଗ-ଉନ ଯୋଗ ଦେଇ ସମସ୍ତ ଚର୍ଚ୍ଚାର ପୂର୍ଣ୍ଣଛେଦ ଟାଣିଛନ୍ତି। ଏ ନେଇ କୋରିଆର ସରକାରୀ ନ୍ୟୁଜ ଏଜେନ୍ସି କୋରିଆନ୍ ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସି ସୂଚନା ଦେଇଛି। ପାଖାପାଖି ୨୦ ଦିନ ପରେ କିମ୍ ଜଙ୍ଗ-ଉନ୍ ସମସ୍ତ ସାମ୍ନାକୁ ଆସିଥିବା ଏହି ରିପୋର୍ଟରେ କୁହାଯାଇଛି। ଏପ୍ରିଲ ୧୧ରେ ସେ ଅନ୍ତିମ ଥର ପାଇଁ ଉତ୍ତର କୋରିଆ ବାସୀ ତାଙ୍କୁ ଦେଖିଥିଲେ।
ଆହୁରି ପଢ଼ନ୍ତୁ
କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି (କେସିଏନ୍ଏ)ର ରିପୋର୍ଟ ଅନୁଯାୟୀ, ରାଜଧାନୀ ପ୍ୟୋଙ୍ଗୟାଙ୍ଗ ସ୍ଥିତ ସନଚିଓନର ଏକ ସାର କାରଖାନା ନିର୍ମାଣ ସମାରୋହରେ କିମ ଜଙ୍ଗ ଉନ୍ ଯୋଗ ଦେଇଥିଲେ। ସେଠାରେ କିମଙ୍କ ଭଉଣୀ କିମ ୟୋ ଜଙ୍ଗ ମଧ୍ୟ ଉପସ୍ଥିତ ଥିଲେ।
ଉତ୍ତର କୋରିଆର ଏକଛତ୍ରବାଦ ତଥା ତାନଶାହ କିମ୍ ଜଙ୍ଗଙ୍କ ମୃତ୍ୟୁ ହୋଇନଥିବା ଦକ୍ଷିଣ କୋରିଆ ଏବଂ ଅନ୍ୟାନ୍ୟ ଦେଶ ପୂର୍ବରୁ ସ୍ପଷ୍ଟ କରିଥିଲେ। ତାଇୱାନର ଜାତୀୟ ସୁରକ୍ଷା ବ୍ୟୁରୋର ନିର୍ଦ୍ଦେଶକ ଚିୟୁ କିଓ-ଚେଙ୍ଗ କହିଥିଲେ କିମ ଜଙ୍ଗ ଉନ୍ ଅସୁସ୍ଥ ଅଛନ୍ତି। ଯେଉଁ ଉତ୍ତର କୋରିଆ ବ୍ୟକ୍ତି ଏହି ସୂଚନା ଦେଇଛନ୍ତି ତାଙ୍କର ସୁରକ୍ଷା ପାଇଁ ସେ ଆଉ ଅଧିକ ସୂଚନା ଦେବେ ନାହିଁ।