ସ୍ୱାମୀକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର ଗୁଳିରେ ବୋହୂର ଜୀବନ ଗଲା

ଭଞ୍ଜନଗର (ରାକେଶ କୁମାର ପଣ୍ଡା): ବାପ-ପୁଅ ମଧ୍ୟରେ ଯୁଦ୍ଧରେ ବଳିପଡ଼ିଲେ ବୋହୂ। ସ୍ୱାମୀକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର ଗୁଳିରେ ବୋହୂର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ବାରଭରଣିଆ ଗାଁରେ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ରଶ୍ମିତା ମଲ୍ଲିକ।

ଆହୁରି ପଢ଼ନ୍ତୁ

ସୂଚନା ମୁତାବକ ମିଟୁ ମଲ୍ଲିକର ତିନିମାସ ତଳେ ବିବାହ ହୋଇଥିଲା। ବିବାହ ଖର୍ଚ୍ଚ ବାବଦକୁ ୫୦,୦୦୦ ଟଙ୍କା ବାକି ରହିଥିଲା। ବାପା ପୁଅକୁ ଟଙ୍କା ସୁଝିବା କଥା କହିବାରୁ ଦୁହିଁଙ୍କ ମଧ୍ୟରେ ଆଜି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଏଥିରେ ବାପା ପ୍ରଫୁଲ୍ଲ ମଲ୍ଲିକ ଉତକ୍ଷିପ୍ତ ହୋଇ ନିଜ ଘରେ ରଖିଥିବା ଦେଶୀ ଶିକାର ବନ୍ଧୁକ ରେ ପୁଅକୁ ଗୁଳି ମାରୁଥିବା ସମୟରେ  ସ୍ୱାମୀର ଜୀବନ ବଞ୍ଚାଇବାକୁ ମଝିକୁ ବୋହୂ ଚାଲି ଆସିଥିଲେ। ରଶ୍ମିଙ୍କ ଦେହରେ ଗୁଳି ବାଜିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏତିକିରେ ଶ୍ୱଶୁରର ରାଗ ଶାନ୍ତ ପଡ଼ି ନଥିଲା। ପରେ ପୁଅକୁ ମାରିବା ପାଇଁ ପୁଣି ବାପା ଗୋଡ଼ାଇଥିଲା। ବାପାପୁଅ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ପୁଲିସ୍ ଓ ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ବଡଗଡ଼ ପୁଲିସ ଟିମ ପହଂଚି ବାପା ପୁଅକୁ ଖୋଜିବା ପାଇଁ ଜଙ୍ଗଲ ମଧ୍ୟକୁ ଯାଇଛି।

[ad_2]
Exit mobile version