ରାଜନୀତିରାଜ୍ୟ

ରାଜଭବନ ଆଗରେ ବିଜେପି ନେତା କର୍ମୀଙ୍କ ଧାରଣା

ସତ୍ୟଶିଖା (ଭୁବନେଶ୍ୱର) ୦୭/୧୨/୨୦୨୦ : ‘ପରୀ’ ମୃତ୍ୟୁ ପ୍ରସଙ୍ଗରେ ବିଜେପି କର୍ମୀଙ୍କ ଆନ୍ଦୋଳନ । ରାଜଭବନ ଆଗରେ ବିଜେପି ନେତା ଓ କର୍ମୀ ଧାରଣା ଦେଇଛନ୍ତି । ସିବିଆଇ ତଦନ୍ତ ଦାବି ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଧାରଣା ଦେଇଛନ୍ତି । ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ଦଳୀୟ ନେତା ଧାରଣାରେ ସାମିଲ ହୋଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ।ବିଜେପିର ଏକ ଟିମ ମଧ୍ୟ ପରୀ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ମୃତଦେହ ମିଳିଥିବା ସ୍ଥାନକୁ ଯାଇ ଦେଖିବା ସହ ପରୀ ପରିବାର ସହ ଆଲୋଚନା କରିଥିଲେ । ବିଧାନସଭାରେ ମଧ୍ୟ ପରୀ ମୃତ୍ୟ ପ୍ରସଙ୍ଗରେ ବିଜେପି ସଦସ୍ୟ ହୋହାଲ୍ଳା କରିବା ସହ ପରୀକୁ ନ୍ୟାୟ ଦାବିରେ ଗୃହକୁ ଅଚଳ କରିଦେଇଥିଲେ । ପରୀ ମାମଲାରେ ଏସଆଇଟର ତନାଘନା ଜାରି । ଗାଁର ୧୫ରୁ ୩୦ ବର୍ଷ ବୟସ୍କ ୨୮ ଯୁବକଙ୍କ ରକ୍ତ ନମୁନା ସଂଗ୍ରହ କରିଛି ଏସଆଇଟି । ହତ୍ୟାକାରୀ ନିକଟରେ ପହଂଚିବା ପାଇଁ ଏସଆଇଟି ଛାନଭିନ ଚଳାଇଛି ।ପରୀ ହତ୍ୟାରେ ବ୍ୟବହୃତ ଯଦି କୌଣସି ଅସ୍ତ୍ରଶସ୍ତ୍ର, କପଡ଼ା କିମ୍ବା ଅନ୍ୟ କୌଣସି ଜିନିଷରୁ ଯଦି କୌଣସି ବ୍ୟକ୍ତିର ରକ୍ତ ନମୁନା ମିଳିଥିବ ସେଭଳି ସ୍ଥିତି ପାଇଁ ଏସଆଇଟି ଗାଁ ଯୁବକଙ୍କ ରକ୍ତ ନମୁନା ସଂଗ୍ରହ କରିଛି ଏସଆଇଟି । ହତ୍ୟା ନେଇ ସିଧାସଳଖ କାହାକୁ ସନ୍ଦେହ କରାଯାଇନଥିବାରୁ ତଦନ୍ତକାରୀ ସଂସ୍ଥା ଅନେକ ରକ୍ତ ନମୁନା ସଂଗ୍ରହ କରିଛି । ପୂର୍ବରୁ ବାବୁଲି ନାୟକ ଏବଂ ତାଙ୍କ ଡ଼୍ରାଇଭରକୁ ଉଠାଇ ନେଇ ଏସଆଇଟି ପଚରାଉଚରା କରିଛି ।

Show More
Back to top button