ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା ସ୍ୱାଗତ କରିବା ସହ କୋଟିକୋଟି ଭକ୍ତଙ୍କ ମନରେ ଖୁସିର ବାତାବରଣ ସୃଷ୍ଟି କରିଛି ବୋଲି କହିଛନ୍ତି।
ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଦେଇଥିବା ରାୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ପୂର୍ବତନ ସାଂସଦ ତଥା ବିଜେପି ଜାତୀୟ ଉପସଭାପତି ଶ୍ରୀ ପଣ୍ଡା କହିଛନ୍ତି ଯେ, ରଥଯାତ୍ରା ଉପରେ ସୁପ୍ରିମକୋର୍ଟଙ୍କ ରିଭ୍ୟୁ ପିଟିସନ ରାୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ସାଢେ଼ ଚାରିକୋଟି ଓଡ଼ିଆଙ୍କ ମନରୁ ନୁହେଁ, ପୃଥିବୀର କୋଟି କୋଟି ଭକ୍ତମାନଙ୍କ ମନରୁ ଆଶଙ୍କା ଦୂର କରିଦେଲା ଓ ଏବେ ଖୁସିର ବାତାବରଣ ସୃଷ୍ଟି କରିଛି।
ଆହୁରି ପଢ଼ନ୍ତୁ
.@PandaJay : ଆଜି ମାନନୀୟ ସୁପ୍ରିମକୋର୍ଟଙ୍କ ରିଭ୍ୟୁ ପିଟିସନ ରାୟ, ମହାପ୍ରଭୁ ଜଗନ୍ନାଥଙ୍କ #RathaJatra ଉପରେ ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ଏହା କେବଳ ସାଢେ ଚାରି କୋଟି ଓଡ଼ିଆଙ୍କ ମନରୁ ନୁହେଁ, ପୃଥିବୀ ସାରା କୋଟି କୋଟି ଭକ୍ତମାନଙ୍କ ମନରୁ ମଧ୍ୟ ଆଶଙ୍କା ଦୂର କରିଦେଲା ଏବଂ ଏବେ ଖୁସିର ବାତାବରଣ ସୃଷ୍ଟି କରିଦେଇଛି। pic.twitter.com/gE5393e7S2
— Baijayant Panda Odia (@Panda_Odia) June 22, 2020
ଶ୍ରୀ ପଣ୍ଡା ଆହୁରି ମଧ୍ୟ କହିଛନ୍ତି ଯେ, ରଥଯାତ୍ରା ପ୍ରସଙ୍ଗରେ ଏହା ପୂର୍ବରୁ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ରାଜ୍ୟ ସରକାର ଯେଉଁ ଆଭିମୁଖ୍ୟ ନେଇଥିଲେ ତାହା ଆଦୌ ଗ୍ରହଣୀୟ ନଥିଲା। ଦୂରତ୍ୱ ସହିତ ରଥଯାତ୍ରା ପାଳନ କରିହେବ ନାହିଁ ବୋଲି ରାଜ୍ୟ ସରକାର ଯାହା ପୂର୍ବରୁ କହିଥିଲେ, ତାହା ଗ୍ରହଣୀୟ ନଥିଲା। କାରଣ କେବଳ କିଛି ସପ୍ତାହ ତଳେ ଠିକ୍ ସେହି ଜାଗାରେ, ବଡ଼ଦାଣ୍ଡରେ ହଜାର ହଜାର ଲୋକ ଉପସ୍ଥିତ ହୋଇ ଦୂରତ୍ୱ ସହିତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। ଆଜି ରାୟରେ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶାବଳୀ ଦେଇଛନ୍ତି ସେହି ସତର୍କତା ନେଇ ପୁରୀରେ ରଥଯାତ୍ରା ହେବ। ଏହା ଅତ୍ୟନ୍ତ ଖୁସିର ଦିନ। ତେବେ ମହାପ୍ରଭୁଙ୍କ ରଥଯାତ୍ରା କରିବା ପାଇଁ ଯେଉଁମାନେ ଦ୍ୱିତୀୟଥର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ବିଶେଷକରି ବିଜେପି ମୁଖପାତ୍ର ଡଃ ସମ୍ବିତ ପାତ୍ରଙ୍କ ଭୂମିକାକୁ ମଧ୍ୟ ଶ୍ରୀ ପଣ୍ଡା ପ୍ରଶଂସା କରିଛନ୍ତି।
[ad_2]