ବିଦେଶ

ସ୍ୱଦେଶ ଫେରିବା ପାଇଁ ୧.୫ ଲକ୍ଷରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଆବେଦନ

ଆବୁଧାବି: କରୋନା ମହାମାରୀ ପାଇଁ ଅନେକ ଦେଶ ଏବେ ଲକଡାଉନ୍। ଏହାର ପ୍ରଭାବରେ ଅନେକ ଦେଶର ଅର୍ଥନୀତି ଏବେ ଖରାପ ହୋଇଯାଇଛି। ତେଣୁ ଅନେକ ଘରୋଇ କମ୍ପାନୀ ଛଟେଇ କରୁଛନ୍ତି। ୟୁଏଇରେ ରହୁଥିବା ପ୍ରାୟ ଦେଢ଼ ଲକ୍ଷ ଭାରତୀୟ ଏବେ ଏହି ଛଟେଇର ଶିକାର ହୋଇଛନ୍ତି। ତେଣୁ ସ୍ୱଦେଶ ଫେରିବା ପାଇଁ ଆବେଦନ କରିଛନ୍ତି। ଶନିବାର ସଂଧ୍ୟା ୬ଟା ସୁଦ୍ଧା ୧୫୦,୦୦୦ରୁ ଅଧିକ ଆବେଦନ ହୋଇଛି ବୋଲି ୟୁଏଇରେ ଥିବା ଭାରତୀୟ ଦୂତାବାସରେ ଥିବା କନସୁଲ୍ ଜେନେରାଲ ଭିପୁଲି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ସେ କହିଛନ୍ତି ଯେ “ସ୍ୱଦେଶ ଫେରିବାକୁ ଆବେଦନ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଶ୍ରମିକ ଏବଂ ୨୦% ବିଭିନ୍ନ ସଂସ୍ଥାରେ ଡାକ୍ତର, ନର୍ସ ଆଦି ବିଭିନ୍ନ ପଦ ପଦବୀରେ ନିୟୋଜିତ ଥିଲେ। ମୋଟ ଉପରେ, ୟୁଏଇରେ ରହୁଥିବା ୨୫ ପ୍ରତିଶତ ଭାରତୀୟ ଏବେ ଚାକିରୀ ହରାଇଛନ୍ତି”।

ତେବେ ଭାରତ ସରକାର ଏଯାବତ ଆବେଦନକାରୀଙ୍କ ଭାରତ ଫେରିବା ନେଇ କୌଣସି ପ୍ରକାର ଗାଇଡ୍ ଲାଇନ୍ ଜାରି କରି ନାହାନ୍ତି ବୋଲି ଭିପୁଲ କହିଛନ୍ତି।

[ad_2]
Show More
Back to top button