ସ୍ୟାଟେଲାଇଟରୁ ଆସିଲା ସାଂଘାତିକ ତଥ୍ୟ: ଚାଇନା ଦଖଲରେ ଭାରତର ୪୨୩ ମିଟର ଅଞ୍ଚଳ


ନୂଆଦିଲ୍ଲୀ: ଲଦାଖଲର ଗଲୱାନ ସ୍ଥିତ ଏଲଏସିରେ ଚାଇନା ରଚିଥିବା ସାଂଘାତିକ ଷଡ଼ଯନ୍ତ୍ରର ତଥ୍ୟ ସାମ୍ନାକୁ ଆସିଛି। ଭାରତୀୟ ସୀମାର ୪୨୩ ମିଟିର ଅଞ୍ଚଳକୁ ଚାଇନା ନିଜ ଦଖଲକୁ ନେଇଥିବା ସ୍ୟାଟେଲାଇଟ ଚିତ୍ରରୁ ଜଣାପଡ଼ିଛି। ୧୯୬୦ରେ ବେଜିଂ ଏହି ଅଞ୍ଚଳରେ ଯେତିକି ଅଞ୍ଚଳର ନିଜର ବୋଲି କହିଥିଲା, ଏବେ ତା’ ଠାରୁ ଅଧିକ ଅଞ୍ଚଳ ନିଜ କବଜାରେ ରଖିଥିବା ସ୍ପଷ୍ଟ ହୋଇଛି।
ହାଇ ରିଜୋଲେସନର ସ୍ୟାଟେଲାଇଟ ଛବିରୁ ଜଣାପଡ଼ିଛି ଯେ ଭାରତର ଯେଉଁ ୪୨୩ ମିଟିର ଅଞ୍ଚଳ ଚାଇନା ଦଖଲ କରିଛି, ସେଠାରେ ବେଜିଂ ପକ୍ଷରୁ ୧୬ଟି ଟେଣ୍ଟ ଓ ଟ୍ରାପୁଲାଇନ୍ସ ନିର୍ମାଣ କରାଯାଇଛି। ସେହିପରି ଗୋଟିଏ ବିରାଟ ଶେଲଟର ଓ ୧୪ଟି ଚାଇନା ସୈନ୍ୟଙ୍କ ଗାଡ଼ି ରହିଛି। ଜୁନ୍ ୨୫ରେ ସ୍ୟାଟେଲାଇଟରେ ଏହି ଫଟୋ ଉଠାଯାଇଥିଲା।
୧୯୬୦-୧୯୬୧ରେ ଭାରତ ଓ ଚାଇନା ମଧ୍ୟରେ ଗଲୱାନରେ ସୀମା ନିର୍ଦ୍ଧାରଣ ସମ୍ପର୍କିତ ଦସ୍ତାବିଜ ପ୍ରକାଶ ପାଇଥିଲା। ଆଲୋଚନା ଦ୍ୱାରା କେତେ ଅଞ୍ଚଳ ଚାଇନା ପାଖରେ ଓ କେତେ ଅଞ୍ଚଳ ଭାରତ ଦଖଲରେ ରହିବ, ତା’ର ନିଷ୍ପତ୍ତି ହୋଇଥିଲା। ହେଲେ ଉକ୍ତ ଅଞ୍ଚଳ ବ୍ୟତୀତ ଚାଇନା ଏବେ ଭାରତ ସୀମାରୁ ଅଧିକ ୪୨୩ ମିଟର ଅଞ୍ଚଳ ନିଜ କବଜାକୁ ନେଇଛି।
ଆହୁରି ପଢ଼ନ୍ତୁ
୧୯୬୨ ମସିହା ଅକ୍ଟୋବର ଶେଷରେ ଚାଇନା ସୀମା ଏହି ଗୁଲୱାନ ଅଞ୍ଚଳର କିଛି ଅଞ୍ଚଳକୁ ମାଡ଼ି ଆସିଥିଲେ। ଭାରତ ଓ ଚାଇନା ଯୁଦ୍ଧ ମଧ୍ୟରେ ଏଭଳି ଘଟଣା ଘଟିଥିଲା। ତେବେ ୧୯୬୨ ମସିହା ନଭେମ୍ବର ମାସରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ନ କରିବାକୁ ଚୁକ୍ତି ହୋଇଥିଲା।
ଏହାପରେ ଚାଇନା ସେନା ୧୯୬୦ ଚୁକ୍ତି ଅନୁଯାୟୀ, ଉକ୍ତ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିଥିଲା। ସେବେଠାରୁ ଏଲଏସିର ଏହି ଗଲୱାନ ଅଞ୍ଚଳରେ ଦୁଇ ଦେଶର ସେନା ପ୍ୟାଟ୍ରୋଲିଂ କରୁଥିଲେ। ହେଲେ ଏବେ ଚାଇନା ଅଧିକ ୪୨୩ ମିଟିର ଅଞ୍ଚଳ କବଜା କରିଥିବା ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ
[ad_2]