ସ୍ପଟ ଫିକ୍ସିଂ କରୁଥିବା ଖେଳାଳିଙ୍କୁ ଫାଶୀରେ ଝୁଲାଇ ଦେବାକୁ କହିଲେ ମିଆଁଦାଦ


ଇସଲାମାବାଦ: ପାକିସ୍ତାନର କ୍ରିକେଟ କିମ୍ବଦନ୍ତୀ ଜାଭେଦ ମିଆଁଦାଦ ସ୍ପଟ ଫିକ୍ସିଂ କରୁଥିବା ଖେଳାଳିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଏପରି କି ସେଭଳି ସ୍ପଟ ଫିକ୍ସରମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବା ଦରକାର ବୋଲି ସେ ମତ ଦେଇଛନ୍ତି।
ନିଜର ୟୁଟ୍ୟୁବ ଚ୍ୟାନେଲ ଜରିଆରେ ମିଆଁଦାଦ କହିଛନ୍ତି, “ଯେଉଁମାନେ ଫିକ୍ସିଂ କରୁଛନ୍ତି, ସେମାନଙ୍କ ପାଇଁ ମୋର କୌଣସି ଦରଦ ନାହିଁ। କାରଣ ସେମାନେ ଏପରି କରି ନିଜର ଟିମ ଓ ଦେଶ ପ୍ରତି ବିଶ୍ୱାସ ଘାତକ କରୁଛନ୍ତି। ଏଭଳି ଖେଳାଳି ଦେଶଦ୍ରୋହୀ।
ଆହୁରି ପଢ଼ନ୍ତୁ
ସ୍ପଟ ଫିକ୍ସିଂରେ ସଂପୃକ୍ତି ଥିବା ଖେଳାଳିମାନଙ୍କୁ କଠୋର ଦଣ୍ଡ ମିଳିବା ଦରକାର। ସ୍ପଟ ଫିକ୍ସରମାନଙ୍କୁ ଫାଶୀରେ ଝୁଲାଯିବା ଦରକାର। କାରଣ ଏହା ଜଣଙ୍କୁ ହତ୍ୟା କରିବା ଅପରାଧ ସହ ସମାନ। ତେଣୁ ହତ୍ୟା ବେଳେ ଯେଉଁ ଦଣ୍ଡ ମିଳେ, ଫିକ୍ସିଂ ପାଇଁ ମଧ୍ୟ ସମାନ ଦଣ୍ଡ ମିଳିବା ଦରକାର। ବର୍ତ୍ତମାନ ସମୟରେ ସ୍ପଟ ଫିକ୍ସରମାନଙ୍କୁ ଦଣ୍ଡ ଦେଇ ଉଦାହରଣ ସୃଷ୍ଟି କରାଯିବା ଦରକାର।
ଏପରି ହେଲେ ଅନ୍ୟମାନଙ୍କ ମନରେ ଭୟ ସୃଷ୍ଟି ହେବ। ସେମାନେ କେବେ ହେଲେ ଫିକ୍ସିଂ କରିବାକୁ ଚିନ୍ତା କରିବେ ନାହିଁ। ଫିକ୍ସିଂ ବା ଧୋକା ଦେବା ଆମ ରିଲିଜନ(ଇସଲାମ) ବିରୋଧୀ। ତେଣୁ ଏହି ଅପରାଧକୁ ସମାନ ଢଙ୍ଗରେ ବିଚାର କରାଯିବା ଦରକାର।”






