ରାଜ୍ୟ

ସ୍ନାନଯାତ୍ରା ଦର୍ଶନ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ

କଟକ(ସତ୍ୟଶିଖା): ମହାପ୍ରଭୁଙ୍କ ସ୍ନାନଯାତ୍ରାର ଦର୍ଶନ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ। ଭକ୍ତଙ୍କ ଦର୍ଶନ ଉପରେ ରାଜ୍ୟ ସରକାର କଟକଣା ଲାଗୁ କରିଥିବାରୁ ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ଏ ପ୍ରସଙ୍ଗରେ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେବେ। କୋଭିଡ କଟକଣା ଭିତରେ ସରକାର ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି ହାଇକୋର୍ଟ।

ଆହୁରି ପଢ଼ନ୍ତୁ

କୋଭିଡ୍‌ ପରିସ୍ଥିତିକୁ ଦେଖି ଏଥର ଭକ୍ତଙ୍କ ଅନୁପସ୍ଥିତିରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ବଡ଼ଦାଣ୍ଡକୁ ଯେପରି ଭକ୍ତ ଆସିବେନି ସେଥିପାଇଁ ତିଆରି କରାଯାଇଛି ବ୍ୟାରିକେଡ୍। ନିଷ୍ପତ୍ତି ମୁତାବକ ରାତି ୧୦ଟାରୁ ୬ ତାରିଖ ଭୋର ୨ଟା ପର୍ଯ୍ୟନ୍ତ ଜାରି ହେବ ୧୪୪ ଧାରା। ଶ୍ରୀମନ୍ଦିର ଚାରିପଟ ଅଞ୍ଚଳ ସହ ବଡ଼ଦାଣ୍ଡରେ ଲାଗୁ ହେବ ୧୪୪ ଧାରା। ମାର୍କେଟ ଛକରୁ କାକୁଡ଼ିଖାଇ ଛକ, ମରିଚିକୋଟ ଛକରୁ ଲବଣୀଖିଆ ଛକ ଭାୟା ମରିଚିକୋଟ ଲେନ୍, ବାଲିସାହି ରାସ୍ତାରୁ ଖୁଣ୍ଟିଆସାହି ଛକ ଭାୟା ବାଲିସାହି ରାସ୍ତା, କଦମ୍ବଗଡ଼ ଛକରୁ ହରଚଣ୍ଡି ସାହିର ମାଛହାଟ ଛକ, ଲୋକନାଥ ରୋଡ୍ ବୃଷଭ ଛକରୁ ମଙ୍ଗଳାହାଟ ମଲ୍ଲିକା ଛକ ଯାଏଁ ୧୪୪ ଧାରା ଜାରି ହେବ। ଏହି ସବୁ ଅଞ୍ଚଳକୁ ଆସିବାକୁ ସାଧାରଣ ଲୋକଙ୍କୁ ବାରଣ ରହିବ। କେବଳ ଅନୁମତି ମିଳିଥିବା ସେବାୟତ, ଶ୍ରୀମନ୍ଦିର କର୍ମଚାରୀ ଓ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସଙ୍କୁ ଏନେଇ ଅନୁମତି ମିଳିବ।

[ad_2]
Show More
Back to top button