ବାସ୍ତୁଶାସ୍ତ୍ରରାଶିଫଳ

ସୋମବାର ରାଶିଫଳ : କେମିତି କଟିବ ଆଜିର ଦିନ

ସତ୍ୟଶିଖା,(ଭୁବନେଶ୍ୱର) ୨୨.୦୩ .୨୦୨୧ :

ମେଷ – ଆଜି ଚତୁର୍ଥଭାବକୁ ଚାରୋଟି ଗ୍ରହ ଦେଖୁଥିବାରୁ ପିଲାମାନଙ୍କ ଦାବି ମୁତାବକ ଜିନିଷ ସେମାନଙ୍କର ଆନନ୍ଦ ବର୍ଦ୍ଧନ କରିବ । ଚେଷ୍ଟା କରୁଥିବା ଦିଗରୁ ଅର୍ଥ ଲାଭ , ଶାରୀରିକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ଆପଣଙ୍କ କାମରେ ସାହାର୍ଯ୍ୟ କରିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

 

ବୃଷ – ଆଜିର କର୍ମକ୍ଷେତ୍ରରେ ରବି ଓ ଶୁକ୍ରଙ୍କ ପ୍ରଭାବରୁ ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ । ଅଷ୍ଟମ ଚନ୍ଦ୍ର ହେତୁ ଯାହା କରନ୍ତୁ ନା କାହିଁକି, ମନରେ ଟେନ୍ସନ ଲାଗି ରହିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

ମିଥୁନ – ଦୁଃସ୍ଥାନସ୍ଥ ଗ୍ରହମାନେ ଆପଣଙ୍କ ଆର୍ଥିକ ସ୍ଥିତିକୁ ମହଭୁତ ଓ ମନକୁ ଉତ୍ସାହିତ କରିବେ । ଜଣେ ବନ୍ଧୁ ମାର୍ଗଦର୍ଶକ ସାଜି ପାରନ୍ତି, ଯାହା କି ଆପଣଙ୍କ ସକାଶେ ହିତକର ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।

କର୍କଟ – ଆଜି ବ୍ୟୟାଧିପ ଚନ୍ଦ୍ର ରାଶିରେ ଥିବାରୁ କୌଣସି ଗୋଟିଏ ସ୍ଥାନରେ ସ୍ଥିର ରହିପାରିବେ ନାହିଁ । ଆର୍ଥିକ ସମସ୍ୟା ନେଇ ମନରେ ବିଭିନ୍ନ ଦୁର୍ଭାବନା ସୃଷ୍ଟି ହେବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

ସିଂହ – ରାହୁ ଯୁକ୍ତ ମଙ୍ଗଳ କର୍ମକ୍ଷେତ୍ରରେ ଥିବାରୁ ମନରେ ସାହସ ବାନ୍ଧି କୌଣସି କାମ କଲେ ସଫଳତା ପାଇବେ । ଯେତେଯାହା କଲେ ମଧ୍ୟ ଆତ୍ମୀୟଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

କନ୍ୟା – ବୃହସ୍ପତି ନୀଚ ରାଶିରେ ଥିବାରୁ ପାରିବାରିକ କ୍ଷେତ୍ରରେ ନିଜ ଲୋକମାନଙ୍କୁ ଭୁଲ୍ ବୁଝିପାରନ୍ତି । ଅଫିସରେ ଅଧସ୍ତନ କର୍ମଚାରୀଙ୍କ ସହ ସାଧାରଣ କଥାରେ ବିତର୍କ ସୃଷ୍ଟି ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ତୁଳା – ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ଅଧିକାଂଶ ସମୟ ଅସ୍ଥିର ମନ କାରଣରୁ ପରିବାରରେ ଝଡ ଉଠିପାରେ । ମାନସିକ ଅଶାନ୍ତି କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

ବିଛା – ରାଶିରେ ମୁଣ୍ଡବିହୀନ ଗ୍ରହ କେତୁ ଅବସ୍ଥାନ କରିଥିବାରୁ ଅନ୍ୟ କଥାରେ ଭାସି ନ ଯାଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ । ଅର୍ଥ ସମ୍ପର୍କକୁ ନେଇ ତର୍କର ସମ୍ମୁଖୀନ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ଧନୁ – ମୁଖଭାବରେ ବୁଧ ସମେତ ଚାରୋଟି ଗ୍ରହ ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାରକୁ ରୁକ୍ଷ କରିଦେଇପାରେ । ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।

ମକର – ଆପଣଙ୍କ ରାଶିରେ ଚତୁଃଗ୍ରହଜନିତ ରାଜଯୋଗ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଅଜେୟ ହେବେ । ଆଲୋଚନା, ଗଠନମୂଳକ କାମ, ଲେଖାପଢା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

କୁମ୍ଭ – ଆପଣଙ୍କ ରାଶିରେ ବାଧକଗ୍ରହ ଶୁକ୍ର ଥିବାରୁ ଆଜି ଯେଉଁ କାମ କରିବେ ବିଫଳ ଆଶଙ୍କା ରହିଛି । ପରିବାରରେ କାହାର ସ୍ୱାସ୍ଥ୍ୟ ସକାଶେ ମାନସିକ ବ୍ୟସ୍ତତା ବୃଦ୍ଧି ପାଇବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

ମୀନ – ଆଜି କର୍ମାଧିପ ନୀଚସ୍ଥ ହେତୁ ଈର୍ଷାପରାୟଣ ସହକର୍ମୀଟି ସହ ବିବାଦ ବୃଦ୍ଧି ହୋଇପାରେ । ଆତ୍ମୀୟମାନେ ବିଶ୍ୱାସଘାତକତା କରିପାରନ୍ତି । ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

Show More
Back to top button