ଦେଶ

ସୋମବାର ସର୍ବଦଳୀୟ ବୈଠକ ଡାକିଲେ ଅମିତ ଶାହ

ନୂଆଦିଲ୍ଲୀ: କରୋନା ମହାମାରୀ ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ସକାଳ ୧୧ଟା ବେଳେ ଏହି ବୈଠକ ରହିଛି। ସୋମବାର ହେବାକୁ ଥିବା ଏହି ବୈଠକରେ ଆମ୍ ଆଦମୀ ପାର୍ଟି, ବିଜେପି, କଂଗ୍ରେସ ଓ ବହୁଜନ ସମାଜ ପାର୍ଟିକୁ ନିମନ୍ତ୍ରଣ କରିଛନ୍ତି ଅମିତ ଶାହ। ରବିବାର ଅମିତ ଶାହ ମୁଖ୍ୟମନ୍ତ୍ରୀ ଅମିତ କେଜ୍ରିଓ୍ୱାଲ ଓ ଉପରାଜ୍ୟପାଳ ଅନୀଲ ବାଇଜଲଙ୍କ ସହିତ ବୈଠକ କରିବା ପରେ ଶାହ ଏହି ବୈଠକ ଡାକିଛନ୍ତି।

ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏଯାବତ ଦିଲ୍ଲୀରେ କେବଳ ୩୮,୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଗାମୀ ଦିନରେ କରୋନା ଟେଷ୍ଟ ଡବଲ ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଏହାବାଦ ସ୍ଥିତି ଜଟିଳ ହେଉଥିବା ଦେଖି କେନ୍ଦ୍ର ସରକାର ଛଅ ଆଇଏଏସ ଅଫିସରଙ୍କୁ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। ବରିଷ୍ଠ ଆଇଏଏସ ଅଫିସର ଏସ.ସି.ଏଲ ଦାଶ ଏବଂ ଏସ.ଏସ ଯାଦବ, ଆଣ୍ଡାମାନ ନିକୋବରର ଦୁଇ ଆଇଏଏସ ଅଶ୍ୱନୀଶ କୁମାର ଏବଂ ମୋନିକା ପ୍ରିୟଦର୍ଶିନୀ ଏବଂ ଅରୁଣାଚଳ ପ୍ରଦେଶର ଗୌରବ ସିଂହ ରାଜଓ୍ୱତ ଓ ବିକ୍ରମ ସିଂହ ମଲ୍ଲିକ ଦିଲ୍ଲୀ କରୋନା ମୁକାବିଲା ପାଇଁ ନିୟୋଜିତ ହୋଇଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ କୁମାର, ପ୍ରିୟଦର୍ଶନୀ, ରାଜାଓ୍ୱତ ଏବଂ ମଲ୍ଲିକଙ୍କୁ ଦିଲ୍ଲୀ ବଦଳି କରାଯାଇଛି।

[ad_2]
Show More
Back to top button