ଦେଶ

ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ଆରମ୍ଭରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ସଂସଦର ମୌସୁମୀ ଅଧିବେଶ କେବେ ଠାରୁ ଆରମ୍ଭ ହେବ, ତା’ ଉପରେ ଭାରତ ସରକାର ମାନସମନ୍ଥନ ଆରମ୍ଭ କରିଛନ୍ତି। ସୂତ୍ର ଅନୁସାରେ, ଅଗଷ୍ଟର ଶେଷ ସପ୍ତାହ କିମ୍ବା ସେପ୍ଟେମ୍ବର ପ୍ରଥମରୁ ହିଁ ସଂସଦର ମୌସୁମୀ ଅଧିବେଶନ ବସିବ। ତଥାପି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କେବେ ମୌସୁମୀ ଅଧିବେଶନ ଆରମ୍ଭ କରିବେ ଓ ସାମାଜିକ ଦୂରତାକୁ କେଉଁ ଭଳି ପାଳନ କରିବେଳ ତା’ ଉପରେ ବିଚାର କରୁଛନ୍ତି।

ଆହୁରି ପଢ଼ନ୍ତୁ

ସେପ୍ଟେମ୍ବର ୨୨ ପୂର୍ବରୁ ଯେମିତି ହେଲେ ବି ସଂସଦର ମୌସୁମୀ ଅଧିବେଶନ ବସିବ। କାରଣ ଦୁଇଟି ଅଧିବେଶନ ମଧ୍ୟରେ ସର୍ବାଧିକ ୬ ମାସ ଗ୍ୟାପ ରହିପାରିବ। ବଜେଟ ଅଧିବେଶନ ଏପ୍ରିଲ ୨ରେ ଶେଷ ହେବା କଥା। କିନ୍ତୁ କରୋନା ସଂକ୍ରମଣ ଯୋଗୁ ଏହାକୁ ମାର୍ଚ୍ଚ ୨୩ରୁ ହିଁ ବନ୍ଦ କରିଦିଆଯାଉଥିଲା। ଏହାର ୬ ମାସ ଅର୍ଥାତ ସେପ୍ଟେମ୍ବର ୨୨ ପୂର୍ବରୁ ଯେମିତି ହେଲେ ବି ମୌସୁମୀ ଅଧିବେଶନ ବସିବ।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button