ସେଲିବ୍ରେଟି କ୍ୟାଲେଣ୍ଡର ୨୦୨୦: ଜବରଦସ୍ତ ଲୁକ୍‌ରେ ଏଲିନା ଓ ଅନୁଭା

ଭୁବନେଶ୍ୱର(ସତ୍ୟଶିଖା): ସବୁବେଳେ କିଛି ନୁଆ ଏବଂ ସ୍ୱତନ୍ତ୍ର କାର୍ଯ୍ୟ କରି ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଚେଷ୍ଟା କରେ ତରଙ୍ଗ ମ୍ୟୁଜିକ୍‌। ଏଥର ମଧ୍ୟ ‘ସେଲିବ୍ରେଟି କ୍ୟାଲେଣ୍ଡର ୨୦୨୦’ ମାଧ୍ୟମରେ ଲୋକମାନଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଇଦିଆଯାଇଛି। ସେଲିବ୍ରେଟି କ୍ୟଲେଣ୍ଡରରେ ପ୍ରତି ମାସରେ କିଛି ଅଭିନେତ୍ରୀଙ୍କୁ ନେଇ ଫଟୋ ଶୁଟ୍‌ କରାଯାଏ। ପ୍ରତି ମାସରେ କ୍ୟାଲେଣ୍ଡରରେ ନୂଆ ନୂଆ ଚେହେରାଙ୍କୁ ସାମିଲ୍‌ କରାଯାଏ। ଆଉ ଯଦି କିଛି ସ୍ୱତନ୍ତ୍ର ପର୍ବ ପର୍ବାଣୀ ରହିଛି ତେବେ ସେହି ଆଧାରରେ ଫଟୋଶୁଟ୍‌ ହୋଇଥାଏ।

ଗତ ମାସରେ ରଜ ଏବଂ ରଥଯାତ୍ରା ପାଇଁ ଫଟୋଶୁଟ୍‌ ହୋଇଥିଲେ। ଗତମାସର କ୍ୟାଲେଣ୍ଡର ଫେସ୍‌ ଥିଲେ ଏଲିନା। ରଜ ଏବଂ ରଥଯାତ୍ରା ପାଇଁ ସେ ଦୁଇଥର ଫଟୋଶୁଟ୍‌ କରିଥିଲେ। ଗୋଟେ ଫଟୋରେ ସେ ଦୋଳି ଖେଲିବାର ନଜର ଆସିଥିଲେ ଏବଂ ଅନ୍ୟଟିରେ ସେ ସୁନେଲୀ ରଙ୍ଗର ଲେହେଙ୍ଗା ପିନ୍ଧି ପୁଜା ଥାଳି ଧରି ଫଟୋ ଉଠାଇଥିଲେ। ଦୁଇଟି ଥିମ୍‌ର ଫଟୋ ବେଶ୍‌ ସୁନ୍ଦର ହୋଇଥିଲା। ଏହି ଫଟୋ ଗୁଡିକରେ ଏଲିନା ବେଶ୍ ଆକର୍ଷଣୀୟ ଲାଗୁଥିଲେ। ଏହା ପୂର୍ବରୁ ଏହି କ୍ୟାଲେଣ୍ଡର ଫଟୋଶୁଟ୍‌ରେ ତମନ୍ନା, ସୂର୍ଯ୍ୟମୟୀଙ୍କୁ ମଧ୍ୟ ସାମିଲ୍‌ କରାଯାଇଥିଲା।

ଚଳିତ ବର୍ଷ ଜୁଲାଇରେ ଫେସ୍‌ ଅଫ୍‌ ଦ ମନ୍ଥରେ ଅନୁଭାଙ୍କୁ ରଖାଯାଇଛି। ଏଥର ଅନୁଭା ବାଥ୍‌ ଟବ୍‌ରେ ଫଟୋ ଶୁଟ୍‌ କରିଛନ୍ତି। ଧଳାର ଗାଉନ୍‌ ପିନ୍ଧି ଅନୁଭାଙ୍କୁ ବାଥ୍‌ ଟବ୍‌ରେ ଶୋଇଥିବାର ଏବଂ ତାଙ୍କ ଆଖପାଖରେ ବିଭିନ୍ନ୍ ରଙ୍ଗର ଫୁଲ ପଡିଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

ତେବେ କରୋନା ପାଇଁ ଶୁଟିଂ ବନ୍ଦ ରହିଛି। ଫିଲ୍ମ ଏବେ ରିଲିଜ୍‌ ହେବାର ନାହିଁ। ଏ ସମୟରେ ଏମିତି କିଛି ନୂଆ କାମରେ ସାମିଲ୍‌ ହୋଇଥିବାରୁ ଏବଂ ‘ସେଲିବ୍ରେଟି କ୍ୟାଲେଣ୍ଡର ୨୦୨୦’ର ଏକ ଅଂଶ ହୋଇଥିବାରୁ ଅନୁଭା ବେଶ୍‌ ଖୁସି ଅଛନ୍ତି ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ



[ad_2]

Exit mobile version