ରାଜ୍ୟ

ସେବାୟତ ବେଶରେ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରରେ ପଶି ୨ ଯୁବକ ଗିରଫ

ପୁରୀ (ସତ୍ୟଶିଖା): ଶ୍ରୀଗୁଣ୍ଡିଚା ମନ୍ଦିରରେ ମଙ୍ଗଳଆଳତୀ ସମୟରେ ଭିତରକୁ ସେବାୟତ ବେଶରେ ପଶି ଗିରଫ ହୋଇଛନ୍ତି ୨ ଯୁବକ। ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ସେମାନଙ୍କୁ ଧରି କୁମ୍ଭାରପଡ଼ା ପୁଲିସ ଜିମା ଦେଇଛନ୍ତି। ଦୁଇ ଅଣସେବାୟତ ପୁରୀ କୁମ୍ଭାରପଡାର ଅଭିଜିତ ମହାପାତ୍ର ଓ ମାର୍କଣ୍ଡେଶ୍ୱର ସାହିର ସ୍ମୃତିରଞ୍ଜନ ମହାନ୍ତି ବୋଲି ଜଣାପଡିଛି।

ଉଭୟଙ୍କ ନାଁରେ କୁମ୍ଭାରପଡା ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ସେମାନଙ୍କ ବିରୋଧରେ ଆଇପିସି ଧାରା ୪୧୯, ୪୨୦ ସହ ବିପର୍ଯ୍ୟୟ ପରିଚାଳନା ଧାରା ୫୧ ଓ ସଂକ୍ରାମକ ରୋଗ ନିରୋଧ ଆଇନ ଧାରା ୩ ଅନୁଯାୟୀ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ

ଏହାସହ ମଧ୍ୟାହ୍ନରେ ଜଣେ ସେବାୟତଙ୍କ ଯୋଗାଣିଆ ନକଲି ପରିଚୟପତ୍ର ଧରି ଗୁଣ୍ଡିଚା ମନ୍ଦିର ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ହେଲେ ତାଙ୍କୁ ପୁଲିସ୍ ମୁଖ୍ୟ ଗେଟ୍ ପାଖରୁ ବିଦା କରିଦେଇଛି। ଯେଉଁ ସେବାୟତ କିମ୍ବା ଅଧିକାରୀ ବାହାର ଲୋକଙ୍କୁ ମନ୍ଦିର ଭିତରକୁ ନେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦଇତାପତି ନିଯୋଗ ସମ୍ପାଦକ କହିଛନ୍ତି।

ଆହୁରି ପଢ଼ନ୍ତୁ

[ad_2]
Show More
Back to top button