ସୁସ୍ଥ ହେଲେ ୯୧ କରୋନା ଆକ୍ରାନ୍ତ; କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ


ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୯୧ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଦେବଗଡ଼ରୁ ୨୨, ପୁରୀରୁ ୧୬, ନୟାଗଡ଼ରୁ ୧୫, ବଲାଙ୍ଗିରରୁ ୯, ଅନୁଗୋଳ ଓ ବାଲେଶ୍ୱରରୁ ୫ଜଣ ଲେଖାଏଁ, ଭଦ୍ରକ ଓ ସୁନ୍ଦରଗଡ଼ରୁ ୩ଜଣ ଲେଖାଏଁ , କଟକ, ଗଞ୍ଜାମ , ଖୋର୍ଦ୍ଧା, କଳାହାଣ୍ଡି ଓ ବରଗଡ଼ରୁ ୨ଜଣ ଲେଖାଏଁ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
Another 91 Covid patients have recovered and are being discharged.
22 from Deogarh
16 from Puri
15 from Nayagarh
9 from Balangir
5 each from Angul & Balasore
3 each from Bhadrak & Sundargarh
2 each from Cuttack, Ganjam, Khurda, Kalahandi & Baragarh— H & FW Dept Odisha (@HFWOdisha) June 3, 2020
ଆହୁରି ପଢ଼ନ୍ତୁ
ଆଜି ସକାଳେ ନୂଆ ୧୪୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ କେନ୍ଦ୍ରାପଡ଼ାର ହୋଇଥିବା ବେଳେ ୮ ଜଣ ନୂଆପଡ଼ାର, ୧୭ ଜଣ ସୋନପୁରର, ୪୧ ଜଣ ଗଞ୍ଜାମର, ୩ ଜଣ ଖୋର୍ଦ୍ଧାର, ୮ ଜଣ ମୟୂରଭଞ୍ଜର ଓ ଜଣେ ଦେବଗଡ଼ର। ସେହିପରି ଅନୁଗୋଳରୁ ୩ ଜଣ ଥିବା ବେଳେ ବାଲେଶ୍ୱରରୁ ୨୪ ଓ ଭଦ୍ରକରୁ ୩ ଜଣ ଅଛନ୍ତି। କଳାହାଣ୍ଡି ଜଣେ, ଗଜପତି ୪ ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ପ୍ରଥମ ଥର ପାଇଁ ରାୟଗଡ଼ା ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟର ଚିତ୍ରକୁ ଦେଖିଲେ ଆଜି ସୁଦ୍ଧା ୨୩୮୮ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସାତ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ୯୬୩ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍ରେ ରହିଛନ୍ତି।
[ad_2]