ସୁସ୍ଥ ହେଲେ ୧୨୦ କରୋନା ଆକ୍ରାନ୍ତ; କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଜି ଆଉ ୧୨୦ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩ ଜଣ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେହିଭଳି ଗଜପତିରୁ ୧୮ ସୁସ୍ଥ, ସୋନପୁରରୁ ୧୩, ବାଲେଶ୍ୱରରୁ ୧୨, ବଲାଙ୍ଗିର ଓ ଖୋର୍ଦ୍ଧାରୁ ୮ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଢେଙ୍କାନାଳ, ପୁରୀ ଓ ରାୟଗଡ଼ାରୁ ୨ ଲେଖାଏଁ ସୁସ୍ଥ ହୋଇଛନ୍ତି ଓ କେନ୍ଦ୍ରାପଡ଼ା ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨୩ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ୨,୫୯୪ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟମାନେ ବିଭିନ୍ନ କୋଭିଡ ହସପିଟାଲରେ ଚିକତ୍ସାଧୀନ ଅଛନ୍ତି। ୧୦ ଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଉ ୨ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିଲେ ସୁଦ୍ଧା କରୋନା ଏହାର କାରଣ ନୁହେଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

[ad_2]
Exit mobile version