ଦେଶ

କରୋନା ନେଲା ଆଉ ଏକ ଜୀବନ, ମୁମ୍ବାଇରେ ୩ ଦେଶରେ ୯

ମୁମ୍ବାଇ: ଜଣେ ୬୫ ବର୍ଷ ବୟସ୍କ କରୋନା ଭାଇରସ୍‌ ରୋଗୀ ମୁମ୍ବାଇରେ ମୃତ୍ୟୁବରଣ କରିଛନ୍ତି। ଏଥିସହ ମୁମ୍ବାଇରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁଯାୟୀ ସେ, ୟୁଏଇରୁ ଅହମ୍ମଦାବାଦ ଆସିଥିଲେ। ପରେ ସେ ଜ୍ୱର, କଫ ଏବଂ ଶ୍ୱାସପ୍ରଶ୍ୱାସରେ ସମସ୍ୟା ଅନୁଭବ କରିଥିଲେ। ଏନେଇ ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍‌ (ବିଏମ୍‌ସି) ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ

ଏହି ବ୍ୟକ୍ତିଙ୍କର ହାଇ ବ୍ଲଡପ୍ରେସର ଏବଂ ଡାଇବେଟିସ୍‌ ପରି ସମସ୍ୟା ଥିଲା। ତାଙ୍କୁ ଗତ ମାର୍ଚ୍ଚ ୨୦ ତାରିଖରେ କସ୍ତୁରବା ହସ୍ପିଟାଲ ଅଣାଯାଇଥିଲା। କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା।

ଏଥିସହିତ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ସ୍ପଷ୍ଟ ହୋଇଛି। ଏହା ପୂର୍ବରୁ ସୋମବାର ପଶ୍ଚିମବଙ୍ଗ ଏବଂ ହିମାଚଳ ପ୍ରଦେଶରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ରୁ ଅଧିକ ହୋଇସାରିଛି। ୩୫ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ସ୍ଥାନାନ୍ତର ହୋଇସାରିଛନ୍ତି।

[ad_2]
Show More
Back to top button