ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ


ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦ ‘କରୋନା’ ଆକ୍ରାନ୍ତ। ସେମାନଙ୍କ ଭିତରୁ ପୁରୀରୁ ୧୭, କେନ୍ଦ୍ରାପଡ଼ାରୁ ୧୬, ମାଲକାନଗିରିରୁ ୧୬, କଟକରୁ ୭, ନୟାଗଡ଼, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାରୁ ୩ ଜଣ ଲେଖାଏଁ ଏବଂ ଗଞ୍ଜାମ, କନ୍ଧମାଳ ଓ ଖୋର୍ଦ୍ଧାରୁ ୨ ଲେଖାଏଁ ଥିବା ବେଳେ ବଲାଙ୍ଗିର, ନବରଙ୍ଗପୁର ଓ ଜଗତସିଂହପୁରରୁ ଜଣେ ଲେଖାଏଁ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୫ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ଭିତରୁ ଅଧାରୁ ଅଧିକ ଭଲ ହୋଇ ଘରକୁ ଫେରିଗଲେଣି।
Another 80 #Covid19 patients have recovered and are being discharged.
17 are from Puri
16 from Kendrapara
16 from Malkangiri
7 from Cuttack
3 each from Nayagarh, Sonepur, Sundargarh, Keonjhar and Jharsuguda
2 each from Ganjam, Kandhamal & Khurda. (1/2)— H & FW Dept Odisha (@HFWOdisha) June 2, 2020
ଆହୁରି ପଢ଼ନ୍ତୁ
ଆଜି ୧୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୮୦। ସୁସ୍ଥ ହେବା ପରେ ସେମାନେ ସମସ୍ତେ ଘରକୁ ଫେରି ଯାଇଛନ୍ତି। ତେବେ ରାଜ୍ୟର ସ୍ଥିତିକୁ ଦେଖିଲେ ଆଜି ସୁଦ୍ଧା ୨୨୪୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ୯୧୧ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍ରେ ଅଛନ୍ତି।
[ad_2]