ଭୁବନେଶ୍ୱର(ସତ୍ୟଶିଖା): ଆଉ ଜଣେ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତାଙ୍କ ଘର ଭୁବନେଶ୍ୱର ଅଞ୍ଚଳର। ଆଜି ସୁଦ୍ଧା ରାଜ୍ୟରେ ୩୮ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛି।
ରାଜ୍ୟରେ ‘କରୋନା’ରେ ୧୧୮ ଜଣ ଆକ୍ରାନ୍ତ ହୋଇଥିଲେ। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୭୯ ଜଣ ବିଭିନ୍ନ କୋଭିଡ୍ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍ରେ ଅଛନ୍ତି।
ଆହୁରି ପଢ଼ନ୍ତୁ
One more Covid patient of Bhubaneswar has recovered and tested negative for #COVID19. He is being discharged.
The total recovered cases in the State are now 38. #OdishaFightsCorona
— H & FW Dept Odisha (@HFWOdisha) April 28, 2020
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ଫେରନ୍ତା ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ପ୍ରତିଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ଥିବା ଦେଖିବାକୁ ମିଳୁଛି। ତେବେ ଯେତେ ଶୀଘ୍ର ସମ୍ଭବ ସେମାନଙ୍କୁ ଚିହ୍ନଟ କରି କ୍ୱାରେଣ୍ଟାଇନ୍ରେ ରଖିବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
[ad_2]