ସୁଶାନ୍ତ ମୃତ୍ୟୁ ଘଟଣା: ଅଭିନେତ୍ରୀ ସଞ୍ଜନାଙ୍କ ବୟାନ ରେକର୍ଡ, ଏବେ ଶେଖର କପୁରଙ୍କୁ ଯିବ ନୋଟିସ


ମୁମ୍ବାଇ: ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଆଜି ଅଭିନେତ୍ରୀ ସଞ୍ଜନାଙ୍କ ବୟାନ ରେକର୍ଡ କରିଛି ବାନ୍ଦ୍ରା ପୁଲିସ୍। ସଞ୍ଜନା ସ୍ୱର୍ଗତ ସୁଶାନ୍ତଙ୍କ ଶେଷ ଫିଲ୍ମ ଦିଲ ବେଚାରାରେ ଅଭିନୟ କରିଥିଲେ। ଏହା ଏବେ ରିଲଜ ହେବାର ଥିଲା। କିନ୍ତୁ କରୋନା ପାଇଁ ଫିଲ୍ମଟି ହଲ୍କୁ ଆସିପାରି ନାହିଁ।
ତଥାପି ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା ବାନ୍ଦ୍ରା ପୁଲିସ୍ ସଞ୍ଜନାଙ୍କ ବୟାନ ରେକର୍ଡ କରିଛି। ଆଜି ଏଥିପାଇଁ ସଞ୍ଜନା ବାନ୍ଦ୍ରା ପୁଲିସ୍ ଷ୍ଟେସନରେ ହାଜର ହୋଇଥିଲେ। ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ପୁଲିସ୍ ତାଙ୍କୁ ଜେରା କରିବା ସହ ବୟାନ ରେକର୍ଡ କରିଛି।
ଏହି ଆତ୍ମହତ୍ୟା ଘଟଣାରେ ପୁଲିସ୍ ଫିଲ୍ମ ନିର୍ମାତା ଶେଖର କପୁରଙ୍କ ବୟାନ ମଧ୍ୟ ରେକର୍ଡ କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ବାନ୍ଦ୍ରା ପୁଲିସ୍ ଶେଖରଙ୍କୁ ସମନ କରିବ। ସୁଶାନ୍ତ ରାଜପୁତ ଆତ୍ମହତ୍ୟା କରିବା ପରେ ଶେଖର କପୁର ଏକ ବଡ଼ ବୟାନ ଦେଇ ଟ୍ୱିଟ କରିଥିଲେ।
ଆହୁରି ପଢ଼ନ୍ତୁ
ସେ କହିଥିଲେ ଯେ “ମୁଁ ଜାଣିଛି ଯେ ତୁମେ କେଉଁ କଷ୍ଟ ମଧ୍ୟରେ ରହିଥିଲ। ମୁଁ ଜାଣିଛି ତୁମକୁ କେଉଁଭଳି ଓ କେଉଁମାନେ କଷ୍ଟ ଦେଉଥଲେ। ଏହି କଷ୍ଟ ପାଇଁ ତୁମେ ମୋ କାନ୍ଧରେ ମୁଣ୍ଡ ଥୋଇ ଅନେକ ଥର କାନ୍ଦିଛି। କାସ୍ ମୁଁ ତୁମ ସହ ଏହି ୬ ମାସ ହେଲା ରହିଥାଆନ୍ତି। ମୋର ଆଶା ଥିଲା ତୁମେ ମୋ ପାଖରେ ଆସି ପହଞ୍ଚିବ। ଆଜି ଯାହା ତୁମ ସହ ଘଟିଲା, ତାହା ସେମାନଙ୍କର କର୍ମ। ଏଥିପାଇଁ ତୁମେ ଦାୟୀ ନୁହଁ।”
ଶେଖରଙ୍କ ଏହି ଟ୍ୱିଟ ପରେ ବଲିଉଡରେ ସୁଶାନ୍ତଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ଗୋଟିଏ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଶେଖର କେଉଁ ବିଷୟରେ ଓ କାହା ସମ୍ପର୍କରେ କହିବାକୁ ଚାହୁଁଥିଲେ, ସେକଥା ଜାଣିବା ପାଇଁ ପୁଲିସ୍ ତାଙ୍କ ବୟାନ ରେକର୍ଡ କରିବ।
ଆହୁରି ପଢ଼ନ୍ତୁ
[ad_2]