ସିନେମା

ସୁଶାନ୍ତଙ୍କର ଏହି ସ୍ୱପ୍ନକୁ ପୂରଣ କିରିବେ ତାଙ୍କ ସାଙ୍ଗ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବି ତାଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ଏମିତି ହଠାତ୍‌ ସୁଶାନ୍ତ ଆତ୍ମହତ୍ୟା କରିବା ଘଟଣାକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏବେ ସୁଶାନ୍ତଙ୍କ ସାଙ୍ଗ ସନ୍ଦୀପ ସିଂହ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ କରିଛନ୍ତି। ସନ୍ଦୀପ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଫିଲ୍ମ ‘ବନ୍ଦେ ମାତରମ’ର ଏକ ପୋଷ୍ଟର ଶେଆର କରିଛନ୍ତି। ଯେଉଁଥିରେ ସୁଶାନ୍ତ ସିଂହ ରାଜପୁତ ନଜର ଆସୁଛନ୍ତି।

ଆହୁରି ପଢ଼ନ୍ତୁ

ସନ୍ଦୀପ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ଶେଆର କରି ଲେଖିଛନ୍ତି, ‘ସୁଶାନ୍ତ ତମେ ମୋତେ ପ୍ରତିଶ୍ରୁତି ଦେଇଥିଲ ଆମେ ଦୁଇ ବିହାରୀ ଭାଇ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ରୁଲ୍‌ କରିବା। ତୁମେ ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣା ଥିଲ। ତୁମେ ମତେ ପ୍ରତିଶ୍ରୁତି ଦେଇଥିଲ ଯେ ମୋ ଡେବ୍ୟୁ ନର୍ଦ୍ଦେଶନାରେ ତୁମେ କାମ କରିବ।  ତୁମର ମୋ ଉପରେ ଯେଉଁ ବିଶ୍ୱାସ ଥିଲା ସେଇଟା ମୋ ସାହାସ ପାଲଟିଯାଇଥିଲା। ଏବେ ତୁମେ ଚାଲିଗଲା ପରେ ମୁଁ ଭାଙ୍ଗି ପଡିଛି। ଏବେ ତୁମେ କୁହ ମୁଁ ଏହି ସ୍ୱପ୍ନକୁ କେମିତି ପୂରଣ କରିବି? ତମେ ଯେମିତି ମୋ ହାତ ଧରିଥିଲ ସେମିତି ଆଉ କିଏ ମୋ ହାତ ଧରିବ? ମୋତେ ଆଉ କିଏ ଶକ୍ତି ଦେବ? କିନ୍ତୁ ମୁଁ ପ୍ରତିଶ୍ରୁତି ଦେଉଛି, ମୁଁ ଏହି ଫିଲ୍ମ ନିଶ୍ଚୟ କରିବି ଏବଂ ଏହା ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ହେବ। ଆମର ଏହି ସ୍ୱପ୍ନ ନିଶ୍ଚୟ ପୂରଣ ହେବ, ଏହି ପୋଷ୍ଟର ପରେ ଫିଲ୍ମ ମଧ୍ୟ ହେବ।

ସୂଚନାଯୋଗ୍ୟ, ଜୁନ୍‌୧୪ତାରିଖ ଦିନ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ। ମିମ୍ବାଇ ସ୍ଥିତ ବାସଭବନରେ ସୁଶାନ୍ତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

 

 



[ad_2]

Show More
Back to top button