

ସତ୍ୟଶିଖା (ନୂଆଦିଲ୍ଲୀ ) ୦୮ /୦୯ /୨୦୨୧: ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ଅନେକ ସମୟରେ ସେ ତାଙ୍କର ଫଟୋ ,ଭିଡିଓ ସେୟାର କରି ,ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି । ତେବେ ନିକଟରେ ଠିକ୍ ସେମିତି ହ୍ରିତିକ୍ ତାଙ୍କର ଏକ ଫଟୋକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସେ ତାଙ୍କର ସୋସିଆଲ ମିଡିଆ ଆକାଉଂଟରେ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ଏକଦମ ଜବରଦସ୍ତ ବଡି ଦେଖିବାକୁ ମିଳୁଛି । ଯେଉଁଥିରେ ସେ ତାଙ୍କର ଖାସ ‘ବଲିଉଡ ବାଇସେପ୍’ ବିଷୟରେ କହିଛନ୍ତି । ତାଙ୍କର ଏହି ଅନ୍ଦାଜ ଓ ପୋଷ୍ଟରେ ମଜାଦାର କ୍ୟାପ୍ସନ ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସୁଛି ।
ହ୍ରିତିକ୍ ରୋଶନ ତାଙ୍କର ଇନଷ୍ଟାଗ୍ରାମ ଆକାଉଂଟରେ ଏକ ଫଟୋ ସେୟାର କରିଛନ୍ତି । ଏହି କଳାଧଳା ଫଟୋରେ ସେ ଜିମ୍ ଡ୍ରେସରେ ନଜର ଆସୁଛନ୍ତି । ଏବଂ ସେ ତାଙ୍କର ହାତ ଉଠାଇ ବାଇସେପ୍ ଦେଖାଉଛନ୍ତି । ଏହି ଫଟୋରେ ତାଙ୍କର ଫିଟନେସ ମଧ୍ୟ ଦେଖିବାକୁ ମିଳୁଛି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଦ୍ବିଓ୍ବାନା କରୁଛି ।
ଏହି ଫଟୋ ସେୟାର କରି ମଜାଦାର କ୍ୟାପ୍ସନ ଦେଇ ଲେଖିଛନ୍ତି ଯେ, ‘ ବୋଲ ବଲିଉଡ ବାଇସେପ୍ କି ଜୟ ‘ । ତାଙ୍କର ଏହି ପୋଷ୍ଟରେ ତାଙ୍କ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରେଟି ,ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।