ଶ୍ରୀନଗର : ଜମ୍ମୁକଶ୍ମୀରରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଅନନ୍ତନାଗ ଜିଲ୍ଲାରେ ଆଜି ସକାଳେ ଘଟିଥିବା ଆତଙ୍କବାଦ ନିରୋଧ ଅପରେସନରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥରେ ହିଜବୁଲ ମୁଜାହିଦ୍ଦିନର ଜଣେ ଟପ କମାଣ୍ଡର ରହିଛି।
ଜମ୍ମୁକଶ୍ମୀର ପୁଲିସର ସୂଚନା ଅନୁସାରେ ଦକ୍ଷିଣ କଶ୍ମୀରର ଖୁଲଚୋହାର ଅଞ୍ଚଳରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ମୋଟ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ନିହତ ଆତଙ୍କୀଙ୍କ ମଧ୍ୟରେ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ମାସୁଦ ଅହମଦ ଭଟ୍ଟ ରହିଛି।
ସେହିପରି ଅନ୍ୟ ଦୁଇ ଆତଙ୍କୀ ଲସ୍କର-ଇ-ତୋଏବାର ସଦସ୍ୟ। ଏହାସହ ଡୋଡା ଜିଲ୍ଲାର ଜମ୍ମୁ ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଆତଙ୍କବାଦୀ ମୁକ୍ତ ହୋଇଛି ବୋଲି ଜମ୍ମୁକଶ୍ମୀର ପୁଲିସ ମୁଖ୍ୟ ଦିଲବାଗ ସିଂହ କହିଛନ୍ତି।
ଆହୁରି ପଢ଼ନ୍ତୁ
ପୂର୍ବରୁ ମାସୁଦ ନାଁରେ ଡୋଡା ପୁଲିସ ଏକ ରେପ୍ କେଶ୍ ଫାଇଲ୍ କରିଥିଲା। ପରେ ସେ ହିଜବୁଲ ମୁଜାହିଦିନ ନାମକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା। ସଂଗଠନ ପକ୍ଷରୁ ତା’କୁ କଶ୍ମୀର ମୁଖ୍ୟ କରାଯାଇଥିଲା। ତା’ର ଇସାରାରେ କଶ୍ମୀରରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଥିଲା।
ଆଜିର ଏହି ଅପରେସନରେ ଆର୍ମି, ଜମ୍ମୁକଶ୍ମୀର ପୁଲିସ ଓ ସିଆରପିଏଫ ଯବାନ ସାମିଲ ହୋଇଥିଲେ। ଆତଙ୍କୀଙ୍କ ନିକଟରୁ ଗୋଟିଏ ଏକେ ୪୭ ରାଇଫଲ ଏବଂ ଦୁଇଟି ପିସ୍ତଲ ମିଳିଛି।
ଆହୁରି ପଢ଼ନ୍ତୁ
[ad_2]