ରାଜ୍ୟ

ସୁପର୍‌ ସ୍ପ୍ରେଡର ସାଜିଲେ ୪୧ ନମ୍ବର ‘କରୋନା’ ଆକ୍ରାନ୍ତ

ଭୁବନେଶ୍ୱର (ସତ୍ୟଶିଖା):  ଭୁବନେଶ୍ୱର ମଧୁସୂଦନ ନଗରରୁ ଚିହ୍ନଟ ହୋଇଥିବା ୪୧ ନମ୍ବ କରୋନା ଆକ୍ରାନ୍ତଙ୍କ ବିଷୟରେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ମୋଟ୍‌ ତିନି ଜଣ ନିକଟ ସଂପର୍କୀୟଙ୍କୁ ‘କରୋନା’ ସଂକ୍ରମିତ କରାଇଛନ୍ତି ଏହି ସୁପର ସ୍ପ୍ରେଡର ଜଣକ।

ପୂର୍ବରୁ ସେ ମଧୁସୂଦନନଗର ୪୯ ଓ ୫୦ ନମ୍ବର କରୋନା ଆକ୍ରାନ୍ତଙ୍କୁ ସଂକ୍ରମିତ କରିଥିବା ସରକାର ସୂଚନା ଦେଇଥିଲେ। ତେବେ ଆଜି ମଧୁସୂଦନନଗର ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୧୯ କରୋନା ଆକ୍ରାନ୍ତ ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

୧୧୯ ନଂ କରୋନା ଆକ୍ରାନ୍ତଜଣଙ୍କ ପୁରୁଷ ଓ ତାଙ୍କ ବୟସ ୭୭ ବର୍ଷ ବୋଲି ଜଣାପଡ଼ିଛି। ବର୍ତ୍ତମାନ ମଧୁସୂଦନ ନଗରରେ ଆକ୍ରାନ୍ତ ସଂଖ୍ୟା ୪ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮ସୁସ୍ଥ ହୋଇଛନ୍ତି ଓ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନେ ବିଭିନ୍ନ ହସ୍ପିଟାଲରେ ଚିକତ୍ସାଧୀନ ଅଛନ୍ତି। ଆମ ରାଜ୍ୟରେ ୧୪ଟି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

[ad_2]
Show More
Back to top button