ମୁମ୍ବାଇ: ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ‘ତାନାଜୀ’ର ସଫଳତାର ଭରପୂର ମଜା ନେଉଛନ୍ତି। ତାଙ୍କର ଏହି ଫିଲ୍ମଟି ୩୦୦ କୋଟିରୁ ଅଧିକ ଆୟ କରି ବ୍ଲକବଷ୍ଟର୍ ହୋଇଯାଇଛି। ତେବେ ଏଥିମଧ୍ୟରେ ଅଜୟଙ୍କ ଆଗାମୀ ଫିଲ୍ମକୁ ନେଇ ମଧ୍ୟ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଗକୁ ଅଜୟ ଏକ ସୁପର ହିଟ୍ ତାମିଲ୍ ଫିଲ୍ମର ହିନ୍ଦୀ ରିମେକରେ ନଜର ଆସିବେ।
ସୂଚନା ଅନୁଯାୟୀ ଅଜୟ ୨୦୧୯ରେ ଆସିଥିବା ସୁପରହିଟ୍ ଫିଲ୍ ‘କୈଥି’ର ଅଫିସିଆଲ୍ ହିନ୍ଦୀ ରିମେକରେ ନଜର ଆସିବେ। ତେବେ ଏହା ପୂର୍ବରୁ ଏହି ଫିଲ୍ମର ଲିଡ୍ ହିରୋ ପାଇଁ ସଲମାନ୍ ଖାନ୍ ଓ ହ୍ରିତିକ୍ ରୋଶନଙ୍କ ନାଁ ଚର୍ଚ୍ଚାରେ ରହିଥିଲେ ହେଲେ ବର୍ତ୍ତମାନ ଅଜୟଙ୍କ ନାଁ ଫାଇନାଲ୍ ହୋଇଯାଇଛି। ତେବେ ପୂର୍ବରୁ ଏହି ହିନ୍ଦୀ ରିମେକ୍ ଫିଲ୍ମ ର ନିର୍ଦ୍ଦେଶନା, ଅରିଜିନାଲ୍ ଫିଲ୍ମର ନିର୍ଦ୍ଦେଶକ ଲୋକେଶ କନଗରାଜ ଦେବେ ବୋଲି କୁହାଯାଉଥିଲା। ହେଲେ ବର୍ତ୍ତମାନର ଖବର ଅନୁଯାୟୀ ଲୋକେଶ ଅନ୍ୟ ଫିଲ୍ମରେ ବ୍ୟସ୍ତଥିବାରୁ ଏହି ଫିଲ୍ମକୁ ସେ ନିର୍ଦ୍ଦେଶନା ଦେଇପାରିବେ ନାହିଁ।
ଆହୁରି ପଢ଼ନ୍ତୁ
ଆଗକୁ ଅଜୟ ଏକ ସୁପର ହିଟ୍ ତାମିଲ୍ ଫିଲ୍ମର ହିନ୍ଦୀ ରିମେକରେ ନଜର ଆସିବେ।
ସୂଚନା ମୁତାବକ, ଅଜୟଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ଧର୍ମେନ୍ଦ୍ର ଶର୍ମା ଦେବେ। ଜଣାଇ ଦେବାକୁ ଚାହୁଁ ଯେ ଧର୍ମେନ୍ଦ୍ର ଜଣେ ଫିଲ୍ମ ଏଡିଟର୍। ସେ ଅଜୟଙ୍କ ଫିଲ୍ମ ‘ତାନାଜୀ’ର ଏଡିଟିଂ କାମ କରିଥିଲେ। ଏହା ବ୍ୟତୀତ ସେ ଅଜୟଙ୍କ ସମ୍ପର୍କୀୟ ଭାଇ ମଧ୍ୟ। ତେବେ ଏହି ଫିଲ୍ମ ଜରିଆରେ ସେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି। ଫିଲ୍ମ ‘ତାନାଜୀ’ ଜରିଆରେ ମଧ୍ୟ ନିର୍ଦ୍ଦେଶକ ଓମ୍ ରାୱତ୍ ନିର୍ଦ୍ଦେଶନା ଦୁନିଆରେ ଡେବ୍ୟୁ କିଥିଲେ। କେବଳ ଏତିକି ନୁହେଁ ତାଙ୍କ ଅପକମିଂ ଫିଲ୍ମ ‘ଭୁଜ୍ ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ର ନିର୍ଦ୍ଦେଶକ ମଧ୍ୟ ଏହି ଫିଲ୍ମ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ‘କୈଥି’ରେ ମଧ୍ୟ ସେ ନୂଆ ନିର୍ଦ୍ଦେଶକଙ୍କ ସହ କାମ କରିବେ ବୋଲି ଅନୁମାନ କରାଯାଉଛି। ତେବେ ଏ ନେଇ ଅଜୟ ଖୁବ୍ ଶାଘ୍ର ଘୋଷଣା କରିପାରନ୍ତି।