ଦେଶ

ସୁକ୍‌ମାରେ ୧୭ ଯବାନ ସହିଦ | Satyasikha

ରାୟପୁର: ଛତିଶଗଡ଼ର ସୁକ୍‌ମାରେ ୧୭ ଯବାନ ସହିଦ ହୋଇଛନ୍ତି। ଅନ୍ୟପକ୍ଷରେ ୧୪ ଜଣ ଆହତ ହୋଇଛନ୍ତି। ଗୋଟିଏ ପଟେ ସାରା ଦେଶ କରୋନା ବିରୋଧରେ ‘ଜନତା କର୍ଫ୍ୟୁ’ ପାଳନ କରୁଥିବାବେଳେ ହିଁ ଏଭଳି ଦୁଃଖଦ ଖବର ଆସି ପହଞ୍ଚିଛି। ଶନିବାର ନକ୍ସଲଙ୍କ ସହ ଯବାନଙ୍କର ଏପରି ମୁହାଁମୁହିଁ ହୋଇଥିଲା।

ରବିବାର ପୁଲିସ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଯବାନମାନେ ଶନିବାର ନକ୍ସଲଙ୍କ ସହ ସୁକ୍‌ମାଠାରେ ମୁହାଁମୁହିଁ ହୋଇଥିଲେ। ଏହାପରେ ନିଖୋଜ ହୋଇଥିବା ୧୭ ଜଣ ଯବାନଙ୍କ ମରଶରୀର ଆଜି ଉଦ୍ଧାର କରାଯାଇଛି। ଜଙ୍ଗଲ ଭିତରୁ ସର୍ଚ୍ଚ ଟିମ୍‌ ଏହି ମରଶରୀର ଠାବ କରିବା ସହ ଉଦ୍ଧାର କରାଯାଇଛି ବୋଲି ବସ୍ତର ରେଞ୍ଜ ଆଇଜିପି ସୁନ୍ଦରରାଜ ପି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଶନିବାର ବହୁତ ସଂଖ୍ୟାରେ ନକ୍ସଲ ଏକାଠି ହୋଇଥିବାର ସୂଚନା ପାଇବା ପରେ ସୁରକ୍ଷା ବାହିନୀ ପକ୍ଷରୁ ମିଳିତ ଅପରେସନ୍‌ ହୋଇଥିଲା। ଏଥିରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ, ସ୍ପେଶାଲ ଟାସ୍କ ଫୋର୍ସ, ସିଆରପିଏଫ୍‌ର କମାଣ୍ଡୋ ବାଟାଲିଅନ୍‌ ଫର ରିସୋଲ୍ୟୁଟ୍‌ ଆକ୍ସନ୍‌ ଆଦି ଏଥିରେ ଭାଗ ନେଇଥିଲେ।

ପ୍ୟାଟ୍ରୋଲିଂ ଟିମ୍‌ ମିନ୍‌ପା ଗାଁ ପାଖ ଜଙ୍ଗଲ ଦେଇ ଯିବାବେଳେ ପ୍ରାୟ ୨୫୦ ସଶସ୍ତ୍ର ନକ୍ସଲ ସଂଙ୍ଘବଦ୍ଧ ଆକ୍ରମଣ କରିଥିଲେ। ଏହି ଗୁଳିବିନିମୟ ଲଢ଼େଇ ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିଲା। ଏହାପରେ ୧୭ ଜଣ ନିଖୋଜ ହୋଇଥିବା ଜଣାପଡ଼ିଥିଲା, ଯାହାଙ୍କ ମରଶରୀର ଆଜି ଉଦ୍ଧାର କରାଯାଇଛି। ଆହତମାନଙ୍କୁ ବିମାନ ଯୋଗେ ରାୟପୁର ନିଆଯାଇଛି। ଏହି ହସ୍ପିଟାଲରେ ଦୁଇ ଜଣ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି।

[ad_2]
Show More
Back to top button