ଦେଶ

ସୀମାରେ ଯୁଦ୍ଧ ପରିସ୍ଥିତି, ଏଲଏସିର ଉଭୟ ପାର୍ଶ୍ୱରେ ହଜାରରୁ ଅଧିକ ଯବାନ

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ସୀମାରେ ଉତ୍ତେଜନା ହ୍ରାସ କରିବା ପାଇଁ ଆଜି ଦୁଇ ଦେଶ ମଧ୍ୟରେ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ହେଉଛି। କିନ୍ତୁ ଏସବୁ ଭିତରେ ଏଲଏସିର ଉଭୟ ପାର୍ଶ୍ୱରେ ଦୁଇ ଦେଶର ହଜାରେରୁ ଅଧିକ ଯବାନ ହାଇଆଲର୍ଟରେ ରହିଛନ୍ତି। ସେମାନଙ୍କୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗଲୱାନର ପିପି ୧୪, ପଙ୍ଗୋଙ୍ଗ ଟସ ଓ ଅନ୍ୟ ଫ୍ଲାଶପଏଣ୍ଟରେ ସ୍ଥିତି ଅତ୍ୟନ୍ତ ସଂଗୀନ ରହିଛି। କେବଳ ଯବାନ ମୁତୟନ ହୋଇନାହାନ୍ତି। ବରଂ ଯୁଦ୍ଧାସ୍ତ୍ର ଓ ଟ୍ୟାଙ୍କର ମଧ୍ୟ ମହଜୁଦ କରି ରଖାଯାଇଛି।

ଆହୁରି ପଢ଼ନ୍ତୁ

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଗତ ସୋମବାରର ସଂଘର୍ଷ ପରେ ସ୍ଥାନୀୟ ଅଞ୍ଚଳରେ କିଛି ବି ପରିବର୍ତ୍ତନ ହୋଇନାହିଁ। ଜୁନ୍‌ ୧୫ ହିଂସା ପରେ କୌଣସି ସଂଘର୍ଷ ଆଉ ଘଟିନାହିଁ। ତେବେ ଏଲଏସିର ଉଭୟ ପାର୍ଶ୍ୱରେ ଦୁଇ ଦେଶ ପକ୍ଷରୁ ସେନା ବୃଦ୍ଧି କରାଯାଉଛି।

ସୀମାରେ ଯୁଦ୍ଧ ବିମାନ ଓ ହେଲିକପ୍ଟର ଉଡ଼ାଉଛନ୍ତି। ବିଶେଷ କରି ଗଲୱାନ ଭ୍ୟାଲି ଓ ପଙ୍ଗୋଙ୍ଗ ଟସ୍‌ର ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।”

ଅନ୍ୟପକ୍ଷରେ ଚାଇନାର ବିସ୍ତାରବାଦୀ ନୀତିର ମୁକାବିଲା କରିବା ପାଇଁ ଭାରତ ସୀମାରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଭାରତ ସରକାର ମଧ୍ୟ ସୀମାରେ ଯେକୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେନାକୁ ସ୍ୱାଧୀନୀତା ମଧ୍ୟ ଦେଇଛନ୍ତି।

[ad_2]
Show More
Back to top button