ଦେଶ

ସୀମାରେ ଭାରତର ସଶକ୍ତ ରୂପ ଦେଖି ଡରିଲା ଚାଇନା, ଖବରକାଗଜ ଜରିଆରେ ଦେଲା ଧମକ

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଭାରତ ଓ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ଚରମ ସୀମାରେ ପହଞ୍ଚି ଯାଇଛି। ସୀମାରେ ଚାଇନାକୁ ଜବାବ ଦେବାକୁ ଭାରତୀୟ ଯବାନ ଫୁଲଦମରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସୀମାରେ ଅଧିକ ସଂଖ୍ୟକ ଯବାନ ମୁତୟନ କରିବା ସହ ଭାରତ ସରକାର ଯବାନଙ୍କୁ ଦରକାର ପଡ଼ିଲେ ଗୁଳି ଚଳାଇବାକୁ ମଧ୍ୟ ଖୋଲା ସ୍ୱାଧୀନତା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଭାରତ ସରକାରଙ୍କ ଏଭଳି ଆଭିମୁଖ୍ୟ ଦେଖି ଚାଇନା ଛାତିରେ ଛନକା ପଶିଛି। ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ଚାଇନା ତା’ର ମୁଖପତ୍ର କୁହାଯାଉଥିବା ଗ୍ଲୋବାଲ ଟାଇମ୍ସରେ ଭାରତକୁ ଖୋଲାଖୋଲି ଧମକ ଦେଇଛି। ଏଥିରେ ଚାଇନା କହିଛି ଯେ ଭାରତ ଜାଣିଛି ଯେ ଚାଇନା ସହ କେବେ ହେଲେ ଯୁଦ୍ଧ କରିପାରିବ ନାହିଁ। କାରଣ ଏବେ ଯଦି ଯୁଦ୍ଧ ହୁଏ, ତା’ହେଲେ ୧୯୬୨ ଠାରୁ ଏହାର ପରିଣାମ ଭୟଙ୍କର ହେବ ବୋଲି ଭାରତ ଭଲ ଭାବେ ଜାଣିଛି।

ଗଲୱାନ ଘାଟି ସଂଘର୍ଷ ପରେ ଭାରତ ମଧ୍ୟରେ ଚାଇନା ବିରୋଧରେ ଜନମତ ପ୍ରକାଶ ପାଇଛି। ଭାରତ ଭିତରେ ଚାଇନା ବିରୋଧରେ ଜାତୀୟତା ଓ ଶତ୍ରୁତା ଭାବ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଚାଇନା ସହ ୧୯୬୨ ସୀମା ବିବାଦ ପରେ ଭାରତ ଅନେକ ଅପମାନିତ ସହିଥିଲା। ଏବେ ଯଦି ଭାରତ ଯୁଦ୍ଧ କରିବାକୁ ଆସିବ, ତା’ହେଲେ ଏହାରୁ ପରିଣାମ ଆହୁରି ଅଧିକ ଭୟଙ୍କର ହେବ ବୋଲି ଏଥିରେ କୁହାଯାଇଛି।

[ad_2]
Show More
Back to top button