ସୀମାରେ କାହିଁକି ରାସ୍ତା ଖୋଳି ପକାଇଲେ ଗାଁ ଲୋକ?

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ସୀମାବର୍ତ୍ତୀ ଗାଁ ଲୋକଙ୍କୁ ଘାରିଛି ‘କରୋନା’ ଭୟ। ସେଥିପାଇଁ ପଡ଼ୋଶୀ ରାଜ୍ୟକୁ ସଂଯୋଗ କରୁଥିବା ଗଳି ରାସ୍ତାକୁ ଖୋଳି ଦିଆଯାଉଛି। ଏମିତି ଚିତ୍ର ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଯେଉଁଥିପାଇଁ ଆନ୍ଧ୍ରର ଶ୍ରୀକାକୁଲମ୍‌ କତୁରୁ ମଣ୍ଡଳର ଆଳତି ଗାଁର ଜଣେ ଗର୍ଭବତୀଙ୍କୁ ଭାରରେ ବୋହିବାକୁ ପଡ଼ିଛି।

ଆହୁରି ପଢ଼ନ୍ତୁ

ଗଜପତି ଜିଲ୍ଲାର ଗୋଷାଣୀ ଓ କାଶୀନଗର ବ୍ଲକ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲାକୁ ସଂଯୋଗ କରୁଛି। ଏହି ଜିଲ୍ଲାରେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୋଷାଣୀ ଓ କାଶୀନଗର ବ୍ଲକର ଲୋକମାନଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ପଡୋଶୀ ରାଜ୍ୟରୁ ଆସୁଥିବା ଲୋକଙ୍କ ଗତିପଥକୁ ଅଟକାଉଛନ୍ତି। ସେଥିପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରୁ ଓଡ଼ିଶାର ଗାଁ ଯାଇଥିବା ଗଳି ରାସ୍ତାରେ ଖୋଳି ଦିଆଯାଉଛି। ଏମିତି ୨୨ ଟି ଗାଁକୁ ସଂଯୋଗ କରୁଛିବା ରାସ୍ତାକୁ ଖୋଳି ଦିଆଯାଇଥିବା ଦେଖିବାକୁ ମିଳିଛି।

ଶ୍ରୀକାକୁଲମ୍‌ ଜିଲ୍ଲା କତୁରୁ ମଣ୍ଡଳର ଆଳତି ଗାଁକୁ ରାସ୍ତା ନାହିଁ। ଏହି ଗାଁ ଲୋକେ ଓଡ଼ିଶା ରାସ୍ତାକୁ ବ୍ୟବହାର କରିଥାଆନ୍ତି। ‘କରୋନା’ ପାଇଁ ଏହି ରାସ୍ତାକୁ ଖୋଳି ଦିଆଯାଇଛି। ଯେଉଁଥିପାଇଁ ଆଳତି ଗାଁର ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନା ନେବାରେ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଛି। ଗର୍ଭବତୀଙ୍କୁ ଭାରରେ ଗାତ ପାର୍‌ କରି କତୁରୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

[ad_2]
Exit mobile version