ଦେଶ

ସୀମାରେ ଅତିରିକ୍ତ ସେନା ମୁତୟନ ଖବରକୁ ମାନିଲାନି ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଓ ଚାଇନା ବିବାଦ ଭିତରେ ମୁଣ୍ଡ ଖେଳାଇଥିବା ପାକିସ୍ତାନ ଏବେ ନୂଆ ଭେଳିକି ଦେଖାଇଛି। ଭାରତକୁ କାଉଣ୍ଟର କରିବା ପାଇଁ ପାକିସ୍ତାନ ବନ୍ଧୁ ଚାଇନା କଥାରେ ପଡ଼ି ପିଓକେ ଓ ଗିଲଗିଟ ବାଲଟିସ୍ତାନ ସୀମାନ୍ତରେ ୨୦ ହଜାର ଯବାନ ମୁତୟନ କରିଛି।

ଚାଇନା ସହ ମିଶି ଏହି ପାକିସ୍ତାନୀ ଯବାନମାନେ କାର୍ଯ୍ୟ କରୁଛନ୍ତି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ପାକିସ୍ତାନ ଅଧିକ ଯବାନ ମୁତୟନ କରିବା ଖବରକୁ ଖଣ୍ଡନ କରିଛି।

ଆହୁରି ପଢ଼ନ୍ତୁ

ପାକିସ୍ତାନ କହିଛି ଯେ ଏହି ରିପୋର୍ଟ ସଂପୂର୍ଣ୍ଣ ମିଛ ଓ ଭିତ୍ତିହୀନ। ଚାଇନିଜ୍‌ ଟ୍ରୁପ୍‌ ପାକିସ୍ତାନରେ ମୁତୟନ ହୋଇନାହାନ୍ତି। ସେହିପରି ପିଓକେରେ ଥିବା ସକାରୁଦ ଏୟାରବେସ୍‌କୁ କୌଣସି ପ୍ରକାରର ଚାଇନିଜ ସେନା ବ୍ୟବହାର କରୁନାହାନ୍ତି। ବିଭିନ୍ନ ଗଣମାଧ୍ୟମରେ ଏଲଓସିରେ ପାକିସ୍ତାନ ଅଧିକ ସଂଖ୍ୟକ ସେନା ମୁତୟନ କରିବା ନେଇ ଯେଉଁ ଖବର ପ୍ରକାଶ ପାଇଛି, ତାହା ସଂପୂର୍ଣ୍ଣ ଭାବେ ଅମୂଳକ ଓ ଦାୟିତ୍ୱହୀନତାର ପରିଚୟ। ପାକିସ୍ତାନ ଅଧିକ ସଂଖ୍ୟକ ଯବାନଙ୍କୁ ସୀମାକୁ ପଠାଇ ନାହିଁ।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button