ସୀମାନ୍ତ ଗାଁରେ ସ୍ଥିତି ଯାଞ୍ଚ କଲେ ଗଜପତି ଏସ୍‌ପି ଶାରା

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ରାଜ୍ୟରେ ‘କରୋନା’ ଆକ୍ରାନ୍ତ ୧୧୧ ଅତିକ୍ରମ କରିଛି। ଏଥିରେ ଅଧିକାଂଶ ପଶ୍ଚିମବଙ୍ଗ ଫେରନ୍ତା। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ରାଜ୍ୟ ସରକାର। ସେଥିପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଆନ୍ଧ୍ରପ୍ରଦେଶର ସୀମାକୁ ଲାଗି ଓଡ଼ିଶାର ଗଜପତି ଜିଲ୍ଲାର ଗାଁରେ ୨୪ ଘଣ୍ଟିଆ ପହରା ଦିଆଯାଉଛି। ଆଜି ଏସ୍‌ପି ଶାରା ଶର୍ମା ସୀମାନ୍ତ ବଡ଼ଖିଙ୍ଗା ଗାଁକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ଆନ୍ଧ୍ରରୁ କୌଣସି ଲୋକ ଆସିଲେ ପୁଲିସକୁ ଖବର ଦେବାକୁ ଗାଁ ଲୋକଙ୍କୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ

ଗଜପତି ଜିଲ୍ଲା ପଡ଼ୋଶୀ ରାଜ୍ୟ ହେଉଛି ଆନ୍ଧ୍ର। ବାରଣ ସତ୍ତ୍ୱେ ଏଠାରୁ ବହୁ ପ୍ରବାସୀ ଓଡ଼ିଆ ଗଳା ରାସ୍ତାରେ ଜିଲ୍ଲାରେ ପ୍ରବେଶ କରୁଛନ୍ତି। ଏହା ଉପରେ ଲଗାମ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ସୀମାନ୍ତ ଗାଁ ଗୁଡ଼ିକରେ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ୨୪ ଘଣ୍ଟା ପ୍ରହରା ଦେବେ। କୌଣସି ଅଜଣା ଲୋକ ଗାଁକୁ ଆସିଲେ, ପୁଲିସକୁ ଖବର ଦେବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

ଆଜି ଏସପି ଶାରା ଶର୍ମା ସୀମାନ୍ତ ଗାଁ ବୁଲି ବଡ଼ଖିଙ୍ଗାରେ ପହଞ୍ଚିଥିଲେ। ସେଠାରେ ସେ ଗାଁ ଲୋକଙ୍କୁ ମାକ୍ସ ବାଣ୍ଟିଥିଲେ। ଏପରିକି ସତର୍କ ରହିବାକୁ ଗାଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

[ad_2]
Exit mobile version