ଭୁବନେଶ୍ୱର(ସତ୍ୟଶିଖା): ଭୁବନେଶ୍ୱର ମହାନଗର ନିଗମର ୬୭ ନମ୍ବର ୱାର୍ଡର କପିଳପ୍ରସାଦରେ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ସୁନ୍ଦରପଦାର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରାଯାଇଛି। ସେହିପରି ୱାର୍ଡ଼ ନମ୍ୱର ୬୪ ଯଦୁପୁର ଅଞ୍ଚଳକୁ ସିଲ୍ କରାଯାଇଛି। ସଂକ୍ରମଣ ରୋକିବା ପାଇଁ ଏପରି ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)।
ସୁନ୍ଦରପଦା ମୁନସିପାଲଟି ହସ୍ପିଟାଲ୍ର କାଳୁଆସୁଣି ମନ୍ଦିର ଓ କାଳୁଆସୁଣି ମନ୍ଦିରରୁ ଟାଟା ପ୍ରୋଜେକ୍ଟ ଯାଏ ସିଲ୍ କରାଯାଇଛି। ସେହିପରି ସରକନ୍ତରା ନୂଆ କଲର୍ଭଟ ଯାଏ ଓ ଟାଟା ପ୍ରୋଜେକ୍ଟରୁ ସରକନ୍ତରା ନୂଆ କଲର୍ଭଟ ଯାଏ ପୂରା ଅଞ୍ଚଳକୁ ସିଲ୍ କରାଯାଇଛି। ଆସନ୍ତାକାଲି ସେହି ଅଞ୍ଚଳକୁ ସାନିଟାଇଜ୍ କରାଯିବ। ଏପରି ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଆବଶ୍ୟକ ପଡ଼ିଲେ ରକ୍ତ ନମୂନା ସଂଗ୍ରହ କରାଯିବ ବୋଲି ବିଏମ୍ସି କମିଶନର ପ୍ରମଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି।
ଆହୁରି ପଢ଼ନ୍ତୁ
ସହିଭଳି ୱାର୍ଡ଼ ନମ୍ବର ୬୪ ର ଯଦୁପୁର ଓ ବେଗୁନିଆକୁ ସଂକ୍ରମଣ ଜୋନ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳର ପାଲାମଣ୍ଡପ ଛକରୁ ଯଦୁପୁର ଗାଁ, ପାଣିଟାଙ୍କିରୁ ଯଦୁପୁର ଗାଁକୁ ସିଲ୍ କରାଯାଇଛି। ସେହିଭଳି ମୁଖ୍ୟ ରାସ୍ତା ଅଟୋ ଷ୍ଟାଣ୍ଡରୁ ଯଦୁପୁର ଗାଁ ଏବଂ ଅମ୍ବେଦକର ଶିକ୍ଷା କେନ୍ଦ୍ରରୁ ଯଦୁପୁର ଗାଁ ଅଞ୍ଚଳକୁ ସିଲ୍ କରାଯାଇଛି। ଯଦୁପୁର ଅଞ୍ଚଳରେ ‘କରୋନା’ ଆକ୍ରାନ୍ତ ଅଞ୍ଚଳରୁ ଲୋକମାନେ ଆସି ରହିଥିବା ସନ୍ଦେହ କରି ସିଲ୍ କରିଛି ବିଏମ୍ସି। ଏହି ସବୁ ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଘରୁ ନବାହାରିବା ପାଇଁ ଲୋକଙ୍କୁ ଅପିଲ୍ କରାଯାଇଛି।
ସୂଚନାରୁ ପ୍ରକାଶ, ଆଜି କପିଳପ୍ରସାଦ ଅଞ୍ଚଳରେ ‘କରୋନା’ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଅଷ୍ଟ୍ରେଲିଆ ଫେରି ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିଲେ। ଆଜି ତାଙ୍କର ରକ୍ତ ନମୂନାରେ ପଜିଟିଭ ଆସିଥିଲା। ତାଙ୍କୁ ଏବେ କୋଭିଡ୍-୧୯ ହସ୍ପିଟାଲରେ ରଖାଯାଇଛି।