ସିମେଣ୍ଟ ମିକ୍ସଚର ମେସିନରେ ଲକ୍ଷ୍ନୌ ଯାଉଥିଲେ ୧୮ ଶ୍ରମିକ, ଦେଖନ୍ତୁ ଭିଡିଓ


ଇନ୍ଦୋର: ଲକଡାଉନ ଯୋଗୁ ମଧ୍ୟପ୍ରଦେଶରେ ଫସିଥିବା ୧୮ ଜଣ ଶ୍ରମିକ କୌଣସି ଉପାୟ ନ ପାଇ ଏକ ସିମେଣ୍ଟ ମିକ୍ସଚର ମେସିନ ଭିତରେ ଲକ୍ଷ୍ନୌ ଆସୁଥିବା ବେଳେ ପୁଲିସ୍ ସେମାନଙ୍କୁ ଠାବ କରିଛି। ସେମାନେ ଗୁପ୍ତ ଭାବେ ମିକ୍ସଚର ମେସିନ ଭିତରେ ଯାଉଥିଲେ। ତେବେ ପୁଲିସ୍ ମଧ୍ୟପ୍ରଦେଶର ଇନ୍ଦୋର ଜାତୀୟ ରାଜପଥରେ ଗାଡ଼ି ଯାଞ୍ଚ କରିବା ବେଳେ ଏଭଳି ଶ୍ରମିକ ଚାଲାଣର ପର୍ଦ୍ଦାଫାସ କରିଛି।
ପୁଲିସ୍ ଗାଡ଼ିକୁ ଅଟକାଇବା ପରେ ମିକ୍ସଚର ମେସିନ ଭିତରୁ ଜଣଙ୍କ ପରେ ଜଣେ ଶ୍ରମିକ ବାହାରିଥିଲେ। ଏହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଲକଡାଉନ ବେଳେ ଶ୍ରମିକମାନେ ଲୁଚି ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଚାଲି ଯାଉଥିବାରୁ ବିଭିନ୍ନ ସୀମାନ୍ତ ଅଞ୍ଚଳରେ କଡ଼ା ଯାଞ୍ଚ କରାଯାଉଛି।
ଏହିକ୍ରମରେ ଇନ୍ଦୋର ଓ ଉଜ୍ଜୟୀନ ସୀମାରେ ଯାଞ୍ଚ କରାଯାଉଥିଲା। ଏହି ସମୟରେ ମିକ୍ସଚର ମେସିନ ନେଇ ଯାଉଥିବା ଗୋଟିଏ ଗାଡ଼ିକୁ ପୁଲିସ୍ ଅଟକାଇ ଯାଞ୍ଚ କରିଥିଲା। ଟ୍ରକ୍ସ ଡ୍ରାଇଭର ଜଣଙ୍କ ପୁଲିସ୍ର ଯାଞ୍ଚରେ ନର୍ଭସ ହୋଇଯାଇଥିଲେ। ଏହା ଦେଖି ପୁଲିସ୍ ଗାଡ଼ିର ମିକ୍ସଚର ମେସିନକୁ ଖୋଲିବାକୁ କହିଥିଲା।
ଆହୁରି ପଢ଼ନ୍ତୁ
ଏହା ମଧ୍ୟରେ ୧୮ ଜଣ ଲୋକ ରହିଥିବା ପୁଲିସ୍ ଦେଖିବାକୁ ପାଇଥିଲା। ପୁଲିସ ଏହି ଘଟଣାରେ ଏଫଆଇଆର ରୁଜୁ କରିବା ସହ ଟ୍ରକଟିକୁ ଜବତ କରିଛି। ସେହିପରି ଶ୍ରମିକମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏଥିସହ ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ପରୀକ୍ଷା କରାଯାଇଛି।
ଦେଖନ୍ତୁ ଭିଡିଓ
#WATCH 18 people found travelling in the mixer tank of a concrete mixer truck by police in Indore, Madhya Pradesh. DSP Umakant Chaudhary says, “They were travelling from Maharashtra to Lucknow. The truck has been sent to a police station & an FIR has been registered”. pic.twitter.com/SfsvS0EOCW
— ANI (@ANI) May 2, 2020
[ad_2]