ମନୋରଞ୍ଜନସିନେମା

ବଲିଉଡରେ କାମ କରିବେ ନାହିଁ ସଞ୍ଜୟ !

ସତ୍ୟଶିଖା(ମୁମ୍ଵାଇ  )୨୨.୧୦.୨୦୨୨:  ବଲିଉଡ୍ର ମୁନ୍ନା ଭାଇ ସଞ୍ଜୟ ଦତ୍ତ । ସେ ଏମିତି ଜଣେ ଅଭିନେତା ଯିଏକି ଇଣ୍ଡଷ୍ଟ୍ରିରେ ଶୀର୍ଷ ଛୁଇଁଛନ୍ତି। ନେଗେଟିଭ୍ ହେଉ ବା ପଜିଟିଭ୍ ସବୁ ଭୂମିକା ପାଇଁ ଖୁବ୍ ମାହିର। କିଛି ସମୟ ହେବ ବଲିଉଡ୍ ଛାଡି ସାଉଥ୍ ଚଳଚ୍ଚିତ୍ରରେ କାମ କରୁଛନ୍ତି। କେଜିଏଫ୍ ପାର୍ଟ-୨ ସହିତ କନ୍ନଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ଏବେ ପୁଣି ସଞ୍ଜୟ ଥାଲାପାଥି ୬୭ ଚଳଚ୍ଚିତ୍ର ମାଧ୍ୟମରେ ତାମିଲ୍ ଫିଲ୍ମ କରିବେ। ଏଥି ସହିତ ସଞ୍ଜୟଙ୍କ ଦ୍ୱିତୀୟ କନ୍ନଡ ଫିଲ୍ମ କେ.ଡି ଦ ଡେଭିଲ୍ ଶୀଘ୍ର ରିଲିଜ୍ ପାଇଁ ପ୍ରସ୍ତୁତ ଅଛି। ବର୍ତ୍ତମାନ ଫିଲ୍ମର ହିନ୍ଦୀ ଟାଇଟଲ୍ ଟିଜର ରିଲିଜ୍ ହୋଇଛି। ଏନେଇ ସଞ୍ଜୟ କହିଛନ୍ତି ଯେ ସେ ଅଧିକରୁ ଅଧିକ ଦକ୍ଷିଣ ଚଳଚ୍ଚିତ୍ରରେ କାମ କରିବାକୁ ଚାହୁଁଛନ୍ତି। କେବଳ ଏତିକି ନୁହେଁ ଆହୁରି କହିଛନ୍ତି କି ବଲିଉଡ ଇଣ୍ଡଷ୍ଟ୍ରି ଏହି ସମୟରେ ସାଉଥ ସିନେମାରୁ କ’ଣ ଶିଖିବା ଉଚିତ୍ । ବଲିଉଡ ମଧ୍ୟ ଏହାର ମୂଳକୁ ଭୁଲିଯିବା ଉଚିତ ନୁହେଁ। ‘ମୁଁ କେଜିଏଫ୍ ରେ କାମ କଲି ଏବଂ ବର୍ତ୍ତମାନ ମୁଁ କେଡି ଦ ଡେଭିଲ୍ ରେ ନିର୍ଦ୍ଦେଶକ ପ୍ରେମଙ୍କ ସହିତ କାମ କରୁଛି। ‘ମୁଁ କେଜିଏଫ୍ ଏବଂ ଏସ୍ ରାଜାମୌଲି ସାରଙ୍କ ସହ କାମ କରିଥିଲି। ମୁଁ ଦେଖିଲି ଏଠାରେ ବହୁତ ଉତ୍ସାହ, ପ୍ରେମ ଏବଂ ଏନର୍ଜି ସହିତ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ତେଣୁ ମୁଁ ଭାବୁଛି ବଲିଉଡ ଏସବୁ ଭୁଲିଯିବା ଉଚିତ୍ ନୁହେଁ ।

Show More
Back to top button