ସାମ୍ନାକୁ ଆସିଲା ଭାରତ-ଚାଇନା ଯବାନଙ୍କ ସାଂଘାତିକ ମାରପିଟ୍ର ଭିଡିଓ


ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ଏବେ ଏକ ସାଂଘାତିକ ଭିଡିଓ ସାମ୍ନାକୁ ଆସିଛି। ଦୁଇ ଦେଶର ଯବାନମାନେ କେମିତି ଭୟଙ୍କର ଢଙ୍ଗରେ ମାରପିଟ ହେଉଛନ୍ତି, ତା’ର ଦୃଶ୍ୟ ଏହି ଭଡିଓରେ ରହିଛି।
ତେବେ ଏହା କେବେ ଶୁଟିଂ ହୋଇଥିଲା ସେକଥା ଜଣାପଡ଼ିନାହିଁ। କେହି କେହି ଏହାକୁ ସୋମବାର ଲଦାଖ ସୀମାରେ ଘଟିଥିବା ସଂଘର୍ଷ ବେଳର ବୋଲି କହୁଥିବା ବେଳେ ଆଉ କିଛି ଲୋକ ସିକ୍କିମରେ ଘଟିଥିବା ମାରପିଟର ଦୃଶ୍ୟ ବୋଲି କହୁଛନ୍ତି। ଏହି ଭିଡିଓରେ ଭାରତୀୟ ଯବାନମାନେ ସୀମା ନିୟମ ଉଲ୍ଲଙ୍ଘନ କରିଥିବା ଚାଇନା ଯବାନକୁ ପଛକୁ ଚାଲିଯିବାକୁ କହୁଛନ୍ତି। ଏହାକୁ ନେଇ ଦେଶର ଯବାନଙ୍କ ମଧ୍ୟରେ ପ୍ରବଳ ମାରପିଟ୍ ହୋଇଥିବା ଦୃଶ୍ୟ ରହିଛି।
#IndiaChinaFaceoff #Video #ChineseArmy #IndianArmy #Border
Video war escalates as undated viral footage of Indian, Chinese troops clashing emerges. The new video shows a group of Indian soldiers jostling and pushing back four-five Chinese troops at the border. pic.twitter.com/Pp0gAToY1C— DY365 (@DY365) June 22, 2020
ବରଫ ପଡ଼ିଥିବା ପାହାଡ଼ ଉପରେ ୪ରୁ ୫ ଜଣ ଚାଇନିଜ ଅଫିସିଆଲ ଓ ଯବାନଙ୍କୁ ପ୍ରଥମେ ଭାରତୀୟ ଯବାନମାନେ ଦେଖିଥିଲେ। ଏହା ଭାରତୀୟ ସୀମା ହୋଇଥିବାରୁ ଯବାନମାନେ ଚାଇନିଜ ସେନାର ସଦସ୍ୟଙ୍କୁ ପଛକୁ ଫେରିବାକୁ କହିଥିଲେ। ଭିଡିଓରେ ସେମାନେ ପଛକୁ ଫେରିବାକୁ କହୁଥିବା ଶୁଣିବାକୁ ମିଳୁଛି।
ଆହୁରି ପଢ଼ନ୍ତୁ
ତେବେ ସେମାନେ ପଛକୁ ଘୁଞ୍ଚିବା ପରିବର୍ତ୍ତେ ଭାରତୀୟ ଯବାନମାନଙ୍କ ସହ ଯୁକ୍ତିତର୍କ କରିଥିଲେ। ଫଳରେ ସେଠାରେ ମାରପିଟ୍ ସୃଷ୍ଟି ହୋଇଥିଲା। ୫.୩୦ ମିନିଟ୍ର ଏହି ଭିଡିଓରେ ଭାରତୀୟ ଯବାନମାନେ ଚାଇନା ସେନାର ବିସ୍ତାରବାଦୀ ନୀତିକୁ ବିରୋଧ କରୁଥିଲେ ହେଁ ଜଣେ ପିଏଲଏ ସଦସ୍ୟ ଆଗକୁ ମାଡ଼ି ଚାଲିଥିଲେ। ତାଙ୍କୁ ଭାରତୀୟ ଯବାନମାନେ ଘେରିବାରୁ ସେଠାରୁ ସାଂଘାତିକ ମାରପିଟ ହୋଇଥିଲା।
ଭିଡିଓଟିରେ ତାରିଖ ଓ ସମୟ ନଥିଲେ ହେଁ ଯବାନମାନେ କରୋନା ପାଇଁ ଫେସ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ତେଣୁ ଘଟଣାଟି ଏବେକାର ବୋଲି ଆଶଙ୍କା କରାଯାଉଛି।
ବିଶେଷଜ୍ଞଙ୍କ ମତରେ ଭିଡିଓଟି ସିକ୍କିମର ବରଫାବୃତ୍ତ ଅଞ୍ଚଳର ହୋଇଥାଇପାରେ। ଏହି ସ୍ଥାନରେ ହିଁ ମେ’ ମାସ ଆରମ୍ଭରୁ ଦୁଇ ଦେଶର ଯବାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ମେ’ ୫ ଓ ୬ରେ ପଙ୍ଗୋଙ୍ଗ ଟସ୍ରେ ଉଭୟ ଦେଶର ଯବାନ ମୁହାଁମୁହିଁ ହୋଇଥିବା ଖବର ମିଳିଥିଲା।
ସେବେଠାରୁ ଗଲୱାନ ଓ ଅନ୍ୟ ସୀମାନ୍ତରେ ବି ଦୁଇ ଦେଶ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଏସବୁ ଭିତରେ ଏହି ଭିଡିଓ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି।
[ad_2]