ସାମାଜିକ ଦୂରତା ରକ୍ଷା କରି ମଦ କିଣୁଛି ରବୋର୍ଟ

କୋଏମବୋଟର: ସାମାଜିକ ଦୂରତା ରକ୍ଷା କରି ମଦ କିଣୁଛି ରବୋର୍ଟ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ମଦ ଦୋକାନ ଆଗରେ ଧାଡ଼ିରେ ଛିଡ଼ା ହେବା ବଦଳରେ ନିଜର ରବୋର୍ଟକୁ ଜଣେ ବ୍ୟକ୍ତି ପଠାଇଛନ୍ତି। ଲକଡାଉନ୍ ପାଇଁ ସାମାଜିକ ଦୂରତା ରକ୍ଷା କରାଯାଉଛି, ଏହାକୁ ନଜରରେ ରଖି ମଦ ଦୋକାନ ଆଗରେ ଲାଗିଥିବା ଧାଡ଼ିରେ ନିଜେ ଛିଡ଼ା ନହୋଇ କାର୍ତ୍ତିକ ଭେଲାୟଥମ ତାଙ୍କ ରବୋର୍ଟକୁ ପଠାଇଛନ୍ତି।

ଆହୁରି ପଢ଼ନ୍ତୁ

ଏହି ରବୋର୍ଟ ମଦ ଦୋକାନ ଆଗରେ କେବଳ ଛିଡ଼ା ହେବା ପାଇଁ ତିଆରି ହୋଇଥିବା ସୂଚନା ରହିଛି। ଦୁଇଟି କାଗଜ ପେଟି ଓ କିଛି ଯନ୍ତ୍ରାଂଶ ଲାଗି ଏହି ରବୋର୍ଟ ତିଆରି ହୋଇଛି। ଏଥିପାଇଁ ୩,୦୦୦ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଜଣାପଡ଼ିଛି। ନିଜ ସ୍ମାର୍ଟଫୋନରେ ରବୋର୍ଟକୁ ଇଣ୍ଟରନେଟ ଦ୍ୱାରା ସଂଯୋଗ କରି ସେ ନିଜ ଘରୁ ଏହାକୁ ପରିଚାଳିତ କରୁଥିବା ଭେଲାୟଥମ୍ କହିଛନ୍ତି। ମଦ ଦୋକାନ ପାଇଁ ରବୋର୍ଟକୁ ପଠାଇବା ପୂର୍ବରୁ ସେ ଦୋକାନୀକୁ ମଦ ବିଲ୍ ଦେଇ ଦିଅନ୍ତି। ଏହାପରେ ରବୋର୍ଟଟି ଧାଡିରେ ଯାଇ ଦୋକାନ ଆଗରେ ପହଞ୍ଚିବା ପରେ ଦୋକାନୀ ମଦ ରଖିଥାଏ।

୩୧ ବର୍ଷିୟ ଭେଲାୟଥମ୍ କହିଛନ୍ତି, ମଦ ଦୋକାନ ଆଗରେ ସାଧାରଣତଃ ଗହଳି ରହୁଛି ତେଣୁ ସାମାଜିକ ଦୂରତାକୁ ଚିନ୍ତା କରି ଏଭଳି ରବୋର୍ଟ ତିଆରି କରାଯାଇଛି। ଏହି ରବୋର୍ଟ ରାସ୍ତାରେ ଯିବାବେଳେ କୌଣସି ଅସୁବିଧା ନାହିଁ। ଏଥିରେ ଗିୟର ବକ୍ସ ମଧ୍ୟ ଲାଗିଛି। ଏହା ବିଶ୍ୱର ଯେକୌଣସି ସ୍ଥାନରେ ବ୍ୟବହାର ହୋଇପାରିବ ବୋଲି ସେ କହିଛନ୍ତି।

[ad_2]
Exit mobile version