ସାମାଜିକ ଦୂରତା ପାଇଁ ମଞ୍ଚା ବାନ୍ଧି ଗଛ ଉପରେ ରହୁଛନ୍ତି ଏହି ବ୍ୟକ୍ତି

ଲକ୍ଷ୍ନୌ: ସାମାଜିକ ଦୂରତା ନେଇ ଲଗାତାର ସଚେତନତା ଜାରି ରହିଛି। ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଏହାକୁ ଏପରି ପାଳନ କରିଛନ୍ତି ଯେ କୌଣସି ଲୋକ ଏହି ଘଟଣା କଥା ଶୁଣିଲେ ଆଶ୍ଚର୍ଯ୍ୟ ହେଉଛନ୍ତି। ଏହି ବ୍ୟକ୍ତି ଜଣକ ସାମାଜିକ ଦୂରତାକୁ ଏତେ ଗୁରୁତର ସହିତ ନେଇଛନ୍ତି ଯେ ସେ ମଞ୍ଚା ବାନ୍ଧି ଏକ ଗଛ ଉପରେ ରହୁଛନ୍ତି।

ଆହୁରି ପଢ଼ନ୍ତୁ

ମୁକୁଲ ତ୍ୟାଗୀ ନାମକ ଏହି ବ୍ୟକ୍ତି ଏହି ମଞ୍ଚାକୁ ଟ୍ରି-ହାଉସ୍‌ର ନାମ ଦେଇଛନ୍ତି। ମୋଟ ଉପରେ କହିବାକୁ ଗଲେ କିଛି କାଠ ଖଣ୍ଡକୁ ଯୋଡ଼ିଯାଡ଼ି ଏହି ପ୍ଲାଟଫର୍ମ ତିଆରି କରିଛନ୍ତି।

ସେ କହିଛନ୍ତି ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଏକମାତ୍ର ବାଟ। ସେ ଆହୁରି ମଧ୍ୟ କହିଥିଲେ, “ସାମାଜିକ ଦୂରତା କଥା ଭାବି ଏଭଳି ଏକାକୀ ରହିବାକୁ ନିଷ୍ପତ୍ତି ନେଲି। ଏଥିପାଇଁ ଶୁଖିଲା କାଠ ଖଣ୍ଡ ଖଣ୍ଡ କରି କାଟିଲି। ତାକୁ ବାନ୍ଧିଲି। ସତରେ ବଢ଼ିଆ ଅନୁଭୂତି ରହିଲା। ଏଇଠି ରହି ପ୍ରକୃତି କୋଳରେ ରହିବା ପରି ଲାଗୁଛି ଏବଂ ସ୍ୱଚ୍ଛ ଲାଗୁଛି।”

[ad_2]
Exit mobile version