ସାବିତ୍ରୀ ଭୋଗ ଖାଇ ୩୦ରୁ ଊର୍ଦ୍ଧ୍ଵ ଅସୁସ୍ଥ

ଭଦ୍ରକ (ପାର୍ଥସାରଥୀ ନାୟକ): ସାବିତ୍ରୀ ଭୋଗ ଖାଇ ୩୦ରୁ ଊର୍ଦ୍ଧ୍ଵ ଅସୁସ୍ଥ ହୋଇଛନ୍ତି। ସେଥିମଧ୍ୟରେ ଅଛନ୍ତି ଅଧିକାଂଶ ମହିଳା ଓ ଛୋଟ ପିଲା। ଭଦ୍ରକ ଗ୍ରାମାଞ୍ଚଳ ଥାନା ରାମପୁର ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ

ଗତକାଲି ଗାଁରେ ସାବିତ୍ରୀ ପୂଜା ଆୟୋଜିତ ହେଉଥିଲା। ପୂଜା ସରିବା ପରେ ଗାଁ ଲୋକଠାକୁରଙ୍କ ଭୋଗ ଖାଇଥିଲେ। ରାତିରେ ଶୋଇଥିବା ଅବସ୍ଥାରେ କେତେକ ଲୋକ ଅସୁସ୍ଥ ଅନୁଭବ କରିଥିଲେ। ସେମାନଙ୍କୁ ବାନ୍ତି ହେବା ସହ ତରଳ ଝାଡା ହୋଇଥିଲା। ଆକ୍ରାନ୍ତଙ୍କ ମଧ୍ୟରେ ପିଲା ଓ ମହିଳା ଅଛନ୍ତି। ସେମାନଙ୍କୁ ଆଗରପଡା ଓ କେନ୍ଦୁଆପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ସମ୍ପୃକ୍ତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି।

[ad_2]
Exit mobile version