ରାଜ୍ୟ

ସାବିତ୍ରୀ ପାଇଁ ଜାରି ହେଲା ୧୪୪ ଧାରା

ଜଗତସିଂହପୁର/ଯାଜପୁର(ସତ୍ୟଶିଖା): ଯାଜପୁର ଓ ଜଗତସିଂହପୁର ଜିଲ୍ଲା ସବୁ ମନ୍ଦିରରେ ହୋଇଛି ୧୪୪ ଧାରା। ସାବିତ୍ରୀ ଅମାବାସ୍ୟାକୁ ଦୃଷ୍ଟିରେ ରଖି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜା ମନ୍ଦିର ପରିସରରେ କାଲି ପାଇଁ ଧାରା ୧୪୪ ରୁଜୁ କରିଛି ଜିଲ୍ଲା ପ୍ରଶାସନ। ଠିକ୍‌ ସେହିପରି ଜଗତସିଂହପୁର ଜିଲ୍ଲାର ସବୁ ମନ୍ଦିରରେ ମଧ୍ୟ କାଲି ପାଇଁ ୧୪୪ ଧାରା ଲାଗୁ ହୋଇଛି। ମହାମାରୀ କରୋନା ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ଯୋଗୁଁ ଧର୍ମାଷ୍ଠାନରେ ଭିଡ ନଜମାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କାଲି ସାବିତ୍ରୀ ବ୍ରତ ଥିବାରୁ ମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବିଭିନ୍ନ ମନ୍ଦିରରେ ୧୪୪ ଧାରା ଜାରି କରିଛି।

ଆହୁରି ପଢ଼ନ୍ତୁ

ଫଳ ବଜାରରେ ନିଆଁ

ରାତି ପାହିଲେ ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ଶୁଭ ମନାସୀ ପତ୍ନୀ କରିବେ ସାବିତ୍ରୀ ବ୍ରତ। ସେଇଥିପାଇଁ ତ ବଜାରରେ ମେଲିଛି ଭଳିକି ଭଳି ସାମଗ୍ରୀର ପସରା। ହେଲେ ପୂଜାରେ ସବୁଠୁ ଅଧିକ ଆବଶ୍ୟକ ପଡୁଥିବା ୨୦ ପ୍ରକାରର ଫଳ ରେଟ୍ ଶୁଣି ସତ୍ୟବାନ ରୂପୀ ସ୍ୱାମୀମାନଙ୍କ କାନ ମୁଣ୍ଡା ଝାଇଁ ମାରି ଗଲାଣି। ୫ ଦିନ ତଳେ ଫଳ ସବୁର ଦର ଯାହା ଥିଲା, ଏବେ ସେ ସବୁ ଦେଢ଼ ନହେଲେ ଦି’ ଗୁଣା ରେଟ୍‌ରେ ବିକ୍ରି ହେଉଛି। ଯେମିତିକି ଆମ୍ବ କିଲୋ ପିଛା ଆଜି ୯୦ରୁ ୧୦୦, ସେଓ ୧୬୦ରୁ ୧୮୦, ଲିଚୁ ୧୮୦ରୁ ୨୦୦, ଦେଶୀ କଦଳୀ ଡ୍ରଜନ ୧୦୦, ନଡ଼ିଆ ଗୋଟାକୁ ୪୦ରୁ ୫୦ ଓ ସପୁରୀ ଗୋଟାକୁ ୫୦ରୁ ୬୦ ଟଙ୍କା ଦର ରହିଛି।

[ad_2]
Show More
Back to top button