ଦେଶ

ସାଧୁଙ୍କୁ ପିଟିପିଟି ହତ୍ୟା ଘଟଣା: ୧୦୧ ଗିରଫଙ୍କ ମଧ୍ୟରେ ନାହାନ୍ତି କୌଣସି ମୁସଲିମ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଠାରେ ୩ ଜଣ ସାଧୁଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣାରେ ପୁଲିସ୍ ଏଯାବତ ୧୦୧ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଏହି ହିନ୍ଦୁ ଧର୍ମଗୁରୁମାନଙ୍କୁ ମୁସଲିମ ସଂପ୍ରଦାୟର ଲୋକମାନେ ପିଟିପିଟି ହତ୍ୟା କରିଥିବା କେତେକ ଜାତୀୟ ଗଣମାଧ୍ୟମ ଖବର ପ୍ରକାଶ କରିଥିଲେ।

ଏପରି କି ସୋଶାଲ ମିଡିଆରେ ବି ଏନେଇ ପ୍ରଚାର କରାଯାଇଥିଲା। ହେଲେ ପୁଲିସ୍‌ ଆକ୍ରମଣ ଘଟଣାରେ ଗିରଫ କରିଥିବା ୧୦୧ ଜଣଙ୍କ ମଧ୍ୟରେ କେହି ବି ମୁସଲିମ ନାହାନ୍ତି। ଅର୍ଥାତ ଧର୍ମକୁ ନେଇ ହେଉଥିବା ରାଜନୀତି କରୁଥିବା ଲୋକଙ୍କ ମୁହଁରେ ଶକ୍ତ ଚାପୁଡ଼ା ଲାଗିଛି।

ଆହୁରି ପଢ଼ନ୍ତୁ

ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି, “ବିଜେପି ଏହି ଘଟଣାକୁ ସାଂପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରୁଥିଲା। କିନ୍ତୁ ମୁଁ ଏଠି କହିବାକୁ ଚାହେଁ ଯେ ଏଯାଏ ଗିରଫ ହୋଇଥିବା ୧୦୧ ଜଣ ଦୁର୍ବୃତ୍ତଙ୍କ ମଧ୍ୟରେ ଜଣେ ହେଲେ ବି ମୁସଲିମ ନାହାନ୍ତି। ତେଣୁ ଏହି ଘଟଣାକୁ କେହି ବି ସାଂପ୍ରଦାୟିକ ରଙ୍ଗ ଦିଅନ୍ତୁ ନାହିଁ।

କିଛି ଲୋକ କେବଳ ସ୍ୱପ୍ନ ଦେଖୁଛନ୍ତି। କିନ୍ତୁ ଏବେ ରାଜନୀତି କରିବାର ସମୟ ନୁହେଁ। ଆମକୁ ଏକାଠି କରୋନା ଭାଇରସ ବିରୋଧରେ ଲଢ଼େଇ କରିବାକୁ ହେବ।”

ଗତ ସପ୍ତାହରେ ୩ ଜଣ ବୃଦ୍ଧା ସାଧୁଙ୍କୁ ମୁମ୍ବାଇ ଠାରୁ ୧୨୫ କିମି ଦୂର ଗାଡଚିଞ୍ଚାଲେ ଗାଁରେ ୩୦ରୁ ଅଧିକ ଲୋକ କାଠ ଫାଳିଆ ଓ ପଥର ଦ୍ୱାରା ଆକ୍ରମଣ କରିଥିଲେ। ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

[ad_2]
Show More
Back to top button