ଦିନିଙ୍କ ଉପରେ ଭରସା ନାହିଁ, ଏବେ କରୋନା କେସକୁ ଟ୍ରାକ କରିବ କେନ୍ଦ୍ର


କୋଲକତା: କରୋନା ମାମଲାର ରିପୋର୍ଟ ନେଇ ପଶ୍ଚିମବଙ୍ଗର ମମତା ସରକାର ଓ କେନ୍ଦ୍ରର ମୋଦି ସରକାରଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗର କରୋନା କେସ୍କୁ ମମତା ସରକାର ଠିକ୍ ଭାବେ ପ୍ରଦାନ କରୁ ନଥିବାରୁ ମୋଦି ସରକାର ନୂଆ ରଣନୀତି ଆପଣାଇଛନ୍ତି। ଏଣିକି ଏକ ନୂଆ ଆପ ଜରିଆରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ କରୋନା କେସଗୁଡ଼ିକୁ ସିଧାସଳଖ ଟ୍ରାକ କରିବେ ବୋଲି ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ
ନୂଆ ରଣନୀତି ଅନୁଯାୟୀ, ଆଇସିଏମଆର ଓ ଏନଆଇସି ମିଳିତ ଭାବେ ଦେଶର ସମଗ୍ର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଆରଟି-ପିସିଆର ଆପ ଉଦ୍ଭାବନ କରିଛନ୍ତି। ସ୍ୱାସ୍ଥ୍ୟକର୍ମୀମାନେ ନମୁନା ସଂଗ୍ରହ କରିବା ପରେ ଆଇସିଏମଆରକୁ ଏହାକୁ ପଠାଇବେ ଓ ଆଇସିଏଆର ରାପିଡ ଟେଷ୍ଟ କରିବ। ନୂଆ ଆପ ଜରିଆରେ ସ୍ୱାସ୍ଥ୍ୟକର୍ମୀମାନେ ସିଧାସଳଖ କରୋନା ମାମଲା ଓ ସନ୍ଦିଗ୍ଧ ମାମଲାଗୁଡ଼ିକର ତଥ୍ୟ ଉପଲବ୍ଧ କରାଇବେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଜିଟିଭ ଓ ନେଗେଟିଭ ମାମଲା ଗୁଡ଼ିକର ତଥ୍ୟ ଯଥାଶୀଘ୍ର ପାଇପାରିବେ ବୋଲି କୁହାଯାଇଛି।
ପୂର୍ବରୁ ପଶ୍ଚିମବଙ୍ଗ ସରକାର ନିଜେ ହିଁ ନିଜ ରାଜ୍ୟର କରୋନା କେସ୍ର ସମୀକ୍ଷା କରୁଥିଲେ। ଏହାପରେ ତଥ୍ୟକୁ କେନ୍ଦ୍ରକୁ ଦେଉଥିଲେ। କିନ୍ତୁ କିଛି ତଥ୍ୟ ମମତା ସରକାର ଲୁଚାଉଥିବା କେନ୍ଦ୍ର ସରକାର ଅଭିଯୋଗ କରିଛନ୍ତି। ଦିଦିଙ୍କ ଉପରେ କେନ୍ଦ୍ରର ଭରସା ନଥିବାରୁ କେନ୍ଦ୍ର ସରକାର ନୂଆ ଆପ ଦ୍ୱାରା କରୋନା କେସକୁ ଟ୍ରାକ କରିବାକୁ ନିଷ୍ପତ୍ତି ନେଇଛନ୍ତି।