ବିଦେଶ

ସାଉଦି ରାଜପରିବାରରେ ପଶିଲା କରୋନା, ୧୫୦ରୁ ଅଧିକ ଆକ୍ରାନ୍ତ

ରିୟାଦ: ମହାମାରୀ କରୋନା ଭାଇରସ ଏବେ ସାଉଦି ଆରବରର ରାଜପରିବାରରେ ପ୍ରବେଶ କରିଛି। ଏହି ଭାଇରସ ଦ୍ୱାରା ରାଜ ପରିବାରର ସହ ସଂପୃକ୍ତ ପ୍ରାୟ ୧୫୦ ଜଣ ସଦସ୍ୟ ଆକ୍ରାନ୍ତ ହୋଇଛନ୍ତି। ସାଉଦି ପ୍ରିନ୍ସ ଫୈଜଲ ବିନ ବନଦର ବିନ ଅବଦୁଲାଜିଜ ଅଲ ସାଉଦ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ସ୍ୱତନ୍ତ୍ର ଆଇସିୟୁରେ ରଖାଯାଇଛି।

ରାଜା ସଲମାନ ଓ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଦେଇଛି। ଏଥିପାଇଁ ସେମାନେ ଆଇସୋଲେସନକୁ ଚାଲି ଯାଇଛନ୍ତି। ସେହିପରି ରାଜ ପରିବାରର ସଦସ୍ୟଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ହସ୍ପିଟାରଲ କର୍ତ୍ତୃପକ୍ଷ ଆଉ ୫୦୦ କରୋନା ବେଡ୍‌ ପ୍ରସ୍ତୁତ କରି ରଖିଛନ୍ତି।

ଆହୁରି ପଢ଼ନ୍ତୁ

କରୋନାରେ ଆକ୍ରାନ୍ତ ହୋଇଥିବା ୧୫୦ ଜଣ ସଦସ୍ୟ ଏହିଠାରେ ହିଁ ଚିକିତ୍ସିତ ହେଉଛନ୍ତି। ତେବେ ଏମାନଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇନାହିଁ।

୩୩ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଏହି କିଙ୍ଗଡମରେ ୨୯୩୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪୧ ଜଣ ପ୍ରାଣ ହରାଇଛନ୍ତି।

[ad_2]
Show More
Back to top button