ନ୍ୟୁଜ୍ରାଜ୍ୟ

ହୋଲି ଖେଳିବାକୁ ଯାଇ ନିଖୋଜ ଥିବା ଯୁବକ, ଆଜି ମିଳିଲା…

ସତ୍ୟଶିଖା( ଭୁବନେଶ୍ୱର )୨୧.୦୩.୨୦୨୨ :   ଭୁବନେଶ୍ୱର ଉପକଣ୍ଠ କୁଆଘାଇ ନଦୀରୁ ଆଜି ସକାଳୁ  ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଜଣକ ହେଲେ ମହିଷାଖାଲ ଅଞ୍ଚଳର ଆଲୋକ ଜେନା । ହୋଲି ଦିନଠୁ ସେ ନିଖୋଜ ଥିଲେ । ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଆଜି ସକାଳେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି । ଆଲୋକଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।  ଶନିବାର ସକାଳୁ ପୁଅ ଗାଧୋଇବାକୁ ଯାଇ ଆଉ ଫେରିନି । ତାକୁ ଗତକାଲି ରାତିରେ କିଏ ମାରି ଆଜି ଏଠାରେ ଫୋପାଡ଼ି ଦେଇଥିବା ତାଙ୍କ ବାପାମା’ କହିଛନ୍ତି।

Show More
Back to top button