ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଡକାଯାଇଥିବା ସର୍ବଦଳୀୟ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଯୋଗ ଦେଇଥିଲେ। ଏଥିସହ ୨୦ଟି ରାଜନୀତିକ ଦଳର ସଭାପତି ଯୋଗ ଦେଇ ଚୀନ୍ ରଣନୀତି ବାବଦରେ ମତ ରଖିଛନ୍ତି। ବୈଠକ ଆରମ୍ଭ ହେବା ପୂର୍ବରୁ ଶହୀଦ ହୋଇଥିବା ୨୦ ଯବାନଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା।
କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି, ଦେଶବାସୀଙ୍କୁ ଉପତ୍ୟକାର ସ୍ଥିତି ବାବଦରେ ସରକାର ସ୍ପଷ୍ଟ କରିବା ଦରକାର। ବିରୋଧୀ ଦଳଙ୍କୁ ପ୍ରତିଦିନ ଏ ବାବଦରେ ସୂଚନା ଦେବା ଦରକାର। ଦେଶର ସେନାଙ୍କ ଉପରେ ଚୀନ୍ ସେନା ଆକ୍ରମଣ କରିବା ଗୁଇନ୍ଦା ବିଫଳ ପାଇଁ ହୋଇଛି କି ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ସୋନିଆ। ସେଦିନର ସାଟେଲାଇଟ୍ ଫଟୋ ଜାରି କରିବା ଦରକାର ବୋଲି ସେ କହିଛନ୍ତି। ତେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଗୁଇନ୍ଦା ବିଫଳ ପାଇଁ ଏଭଳି ହୋଇନାହିଁ।
All party meeting with PM over India-China border issues: Congress President Sonia Gandhi said, “all party meeting should have happened much earlier. Even at this late stage we are in the dark. Congress has specific questions…” (Source) pic.twitter.com/i8B6QtNaMP
— ANI (@ANI) June 19, 2020
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି, ସର୍ବଦଳୀୟ ବୈଠକ ଦେଶ ପାଇଁ ଏକ ଭଲ ବାର୍ତ୍ତା। ଏହା ଦର୍ଶାଉଛି ଯେ ଆମେ ଆମ ସେନା ସହିତ ରହିଛୁ। କେନ୍ଦ୍ର ସରକାର ସହିତ ଟିଏମସି ରହିଛି। ଚୀନ୍ ଏକ ଗଣତାନ୍ତ୍ରିକ ଦେଶ ନୁହେଁ। ମନମୁଖୀ ଶାସନ କରୁଛି ଚୀନ୍। ହେଲେ ଆମେ ଗଣତନ୍ତ୍ରାକି ଦେଶ। ତେଣୁ ଚୀନକୁ ଚେକ୍ ଦେବାକୁ ହେଲେ ଆମ ସମସ୍ତଙ୍କ ସ୍ୱର ଏକ ହେବା ଦରକାର। ଆମ ସମସ୍ତଙ୍କ ଚିନ୍ତାଧାରା ଏକ ହେବା ଦରକାର। ଏମିତି ହେଲେ ଆମେ ଯାଇ ଚୀନକୁ ଚେକ୍ ଦେଇପାରିବା ବୋଲି ମମତା କହିଛନ୍ତି।
ଆହୁରି ପଢ଼ନ୍ତୁ
TMC leader and West Bengal CM Mamata Banerjee at all- party meeting: All-party meeting is a good message for the nation. Shows that we are united behind our Jawans. TMC strongly in solidarity with the government (source) pic.twitter.com/OhJrk7OD2U
— ANI (@ANI) June 19, 2020
ସେହିପରି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର କହିଛନ୍ତି, ଚୀନରୁ ଆସୁଥିବା ପ୍ଲାଷ୍ଟିକ ସାମଗ୍ରୀ ପରିବେଶ ଉପଯୋଗୀ ନୁହଁ। ଇଲେକ୍ଟ୍ରୋନିକ୍ସ ପ୍ରଡକ୍ସ ଅଧିକାଂଶ ଖରାପ ଆସୁଛି। ଏବେ ଚୀନରୁ ଆମଦାନୀ ହେଉଥିବା ଜିନିଷ ଉପରେ ଆମଦାନୀ ଶୁଳ୍କ ବଢ଼ାଇବା ଦରକାର। ଆମେ କେନ୍ଦ୍ର ସହିତ ରହିଛୁ ବୋଲି ନୀତୀଶ କହିଛନ୍ତି।
ଡିଏମକେ ସଭାପତି ଏମ୍ କେ ଷ୍ଟାଲିନ୍ ମଧ୍ୟ କେନ୍ଦ୍ର ସରକାରଙ୍କ ସହିତ ତାଙ୍କ ଦଳ ରହିଛି ବୋଲି ସେ କହିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ଚୀନ୍ ପ୍ରସଙ୍ଗରେ ଯେଉଁ ମତ ରଖିଛନ୍ତି ତାକୁ ଡିଏମକେ ସ୍ୱାଗତ କରୁଛି ବୋଲି ସେ କହିଛନ୍ତି।
All party meeting with PM over India-China border issues: DMK’s MK Stalin said “We are united when it comes to patriotism.” He also welcomed the recent statements by the PM on China issue. (Source) pic.twitter.com/eGjlWYUWrM
— ANI (@ANI) June 19, 2020
[ad_2]