ରାଜ୍ୟ

ସରପଞ୍ଚଙ୍କ ସହ କ୍ୱାରେଣ୍ଟାଇନ୍‌ ସେଣ୍ଟରର ଦୁଇ ଜଗୁଆଳିଙ୍କୁ କରୋନା

ସୁନ୍ଦରଗଡ଼ (ସତ୍ୟଶିଖା): ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଜଣ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାଯାଇଛି।  ୭ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସରପଞ୍ଚ ଅଛନ୍ତି। ଏହାବ୍ୟତୀତ କ୍ୱାରେଣ୍ଟାଇନ୍‌ ସେଣ୍ଟରର ଜଗୁଆଳି ଦାୟିତ୍ୱରେ ଥିବା ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାପାଳ କହିଛନ୍ତି, ଅନ୍ୟ ୪ ଜଣ ସବଡେଗା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ସେମାନେ କିଛି ଦିନ ତଳେ ମହାରାଷ୍ଟ୍ରରୁ ଫେରିଥିଲେ। ସମସ୍ତ ଆକ୍ରାନ୍ତମାନଙ୍କୁ ରାଉରକେଲା ହାଇଟେକ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆକ୍ରାନ୍ତମାନେ ରହିଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟର ଓ ଉକ୍ତ ସେଣ୍ଟର ଥିବା ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ସୁଦ୍ଧା ୩୧୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୬ ଜଣ ସୁସ୍ଥ ହୋଇଥିବା ବେଳେ ୬୧ ଜଣ ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।



[ad_2]

Show More
Back to top button