ରାଜ୍ୟ

ସରପଞ୍ଚଙ୍କୁ ଲୁହା ରଡ୍‌ରେ ପିଟିଲେ ଅଜିତ୍ ଓ ସୁଜିତ୍

ଆଠଗଡ଼ (ନୀଳକଣ୍ଠ ଦୋରା): ରାସନକାର୍ଡ କଟି ଯାଇଥିବାରୁ ପଞ୍ଚାୟତରେ ଅଫିସରେ ପଶି ସରପଞ୍ଚଙ୍କୁ ଲୁହାରଡ୍‌ରେ ପିଟିଲେ ଦୁଇ ଭାଇ। ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ବ୍ଲକ ଭିରୁଡ଼ା ପଞ୍ଚାୟତରେ।

ଆହୁରି ପଢ଼ନ୍ତୁ

ଆହତ ସରପଞ୍ଚଙ୍କ ନାଁ ପ୍ରେମାନନ୍ଦ ମାନସିଂହ। ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି। ପୁଲିସ୍ ଦୁଇ ଅଭିଯୁକ୍ତ ଅଜିତ୍ ରାଉତରାୟ ଓ ସୁଜିତ୍ ରାଉତରାୟ ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ପ୍ରେମାନନ୍ଦ ପଞ୍ଚାୟତ ଅଫିସରେ ଥିବା ସମୟରେ ଅଜିତ୍ ଓ ସୁଜିତ୍ ସେଠାକୁ ଆସିଥିଲେ। ସେମାନେ ସିଧା ପଞ୍ଚାୟତ ଅଫିସ ଭିତରେ ପଶି ପ୍ରେମାନନ୍ଦଙ୍କୁ ଲୁହା ରଡ୍‌ରେ ପିଟିଥିଲେ। ଏହା ସହିତ ସେମାନେ ଅଫିସରେ ଥିବା ଜିନିଷପତ୍ର ଗୁଡ଼ିକୁ ଭଙ୍ଗାରୁଜା କରିଥିଲେ। କିନ୍ତୁ ଏତିକିରେ ସେମାନେ ଶାନ୍ତ ପଡ଼ି ନଥିଲେ। ଦୁଇ ଭାଇ ପଞ୍ଚାୟତ ଅଫିସ ପାଖରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପଶି ଭଙ୍ଗାରୁଜା କରିଥିଲେ। ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ସେଠାରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ପଦାର୍ଥକୁ ଫୋପାଡ଼ି ଦେଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଭାଇଙ୍କୁ ଗିରଫ କରିଛି। ରାସନକାର୍ଡ କଟି ଯାଇଥିବାରୁ ଦୁଇ ଭାଇ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। 

[ad_2]
Show More
Back to top button