ରାଜ୍ୟ

ସରପଞ୍ଚଙ୍କୁ କ୍ଷମତା ମିଳିଲା, ହେଲେ ମିଳିନି ଘୋଷଣା ହୋଇଥିବା ଅର୍ଥ!

ଭୁବନେଶ୍ୱର(ସତ୍ୟଶିଖା): ପଞ୍ଚାୟତରେ କ୍ୱାରେଣ୍ଟାଇନ୍‌ ସେଣ୍ଟର ଖୋଲିବା ପାଇଁ ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର। ଏହି ଘୋଷଣାକୁ ଦୁଇ ମାସରୁ ଅଧିକ ସମୟ ବିତିଲାଣି। ହେଲେ ଏପର୍ଯ୍ୟନ୍ତ ପଞ୍ଚାୟତକୁ ଯାଇନି ଟଙ୍କାଟିଏ। ଜିଲ୍ଲାପାଳଙ୍କ କ୍ଷମତା ନେଇ ସରପଞ୍ଚମାନେ ପଞ୍ଚାୟତ ଅର୍ଥ ଖର୍ଚ୍ଚ କରି ଚାଲିଛନ୍ତି। ତେବେ ସରକାର ଘୋଷଣା କରିଥିବା ଅର୍ଥ କେବେ ମିଳିବ, ତାକୁ ନେଇ ଚିନ୍ତାରେ ସରପଞ୍ଚ। ଏବେ ଏପରି ଅଭିଯୋଗ ରାଜ୍ୟର କୋଣ ଅନୁକୋଣରୁ ଆସୁଛି।

କୋରାପୁଟର ଫାମ୍ପୁଣୀ ପଞ୍ଚାୟତରେ ରହିଛି କ୍ୱାରେଣ୍ଟାଇନ୍‌ ସେଣ୍ଟର। ଏଠାରେ ୩୨ ଜଣ ପ୍ରବାସୀ ରହୁଛନ୍ତି। କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସେମାନଙ୍କ ରହିବା ପାଇଁ  ଭିତ୍ତିଭୂମି ଓ ଅନ୍ୟାନ ଖର୍ଚ୍ଚ ବାବଦକୁ ୨ ଲକ୍ଷରୁ ଅଧିକ ଖର୍ଚ୍ଚ ହୋଇଛି। ପଞ୍ଚାୟତର ବିକାଶ ପାଇଁ ଥିବା ପାଣ୍ଠିରୁ ଏହି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ସରକାର ଦେଇଥିବା ପ୍ରତିଶ୍ରୁତି ଅନୁସାରେ ୫ ଲକ୍ଷରୁ ଟଙ୍କାଟିଏ ଦେଇ ନାହାଁନ୍ତି। ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ ମଧ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ତାଙ୍କ କଥା ଶୁଣୁନାହାଁନ୍ତି ବୋଲି କହିଛନ୍ତି କେତେକ ସରପଞ୍ଚ।

ଆହୁରି ପଢ଼ନ୍ତୁ

ଠିକ୍‌ ସେମିତି ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ ପଞ୍ଚାୟତରେ ପ୍ରବାସୀଙ୍କ ପାଇଁ ୫୦ ବେଡ୍‌ ପ୍ରସ୍ତୁତ ହୋଇଛି। ତେବେ ସରକାର କିନ୍ତୁ କହିବା ଅନୁସାରେ ଟଙ୍କା ଦେଇନାହାଁନ୍ତି। ଫଳରେ ପଞ୍ଚାୟତର ବିକାଶ ପାଣ୍ଠିରୁ ୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ସରିଲେଣି। ତେବେ କେମିତି ସେହି ଅର୍ଥ ପାଇବେ, ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ଅନ୍ୟପକ୍ଷରେ ଗତକାଲି ସଂକ୍ରମିତ ସରପଞ୍ଚ, ସ୍ୱାସ୍ଥ୍ୟ କର୍ମୀ, ଶିକ୍ଷକ ଓ ଅଙ୍ଗନବାଡୀ କର୍ମୀଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ। ଏହାର ଗୋଟିଏ ପରେ ଅର୍ଥାତ ଆଜି ବାଲେଶ୍ୱରରେ ୨ ଜଣ ନର୍ସ ‘କରୋନା’ ଆକ୍ରାନ୍ତ ହେବା ପରେ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଅନ୍ୟ ନର୍ସମାନେ ସେମାନଙ୍କର କରୋନା ଟେଷ୍ଟ କରାଯିବା ଦାବିରେ ଧାରଣା ଦେଇଥିଲେ। ସେହିପରି କରୋନା ଲଢେଇରେ ନିୟୋଜିତ ଶିକ୍ଷକଙ୍କ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟବୀମା ଦାବି କରିଛି ସଂଘ।

[ad_2]
Show More
Back to top button