ରାଜନୀତି

ସରକାରଙ୍କ ଉପରେ ବର୍ଷିଲେ ତାରା; କହିଲେ- ଗଞ୍ଜାମ ଭଳି ଅନ୍ୟ ଜିଲ୍ଲାରେ ବି ସଂକ୍ରମଣ ବଢ଼ିଯିବ

ଭୁବନେଶ୍ୱର (ସତ୍ୟଶିଖା): ବାହାର ରାଜ୍ୟରୁ ଫେରିବା ବେଳେ ପ୍ରବାସୀମାନେ ଗାଡ଼ିରୁ ମନଇଛା ଓହ୍ଲାଇ ବୁଲିବା ଓ ଅଧା ରାସ୍ତାରେ ଓହ୍ଲାଇ ଫେରାର ହେବା ଘଟଣାକୁ ନେଇ ଆଜି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସରକାରଙ୍କ ପାଖରେ ସମସ୍ତ ବ୍ୟବସ୍ଥା ଥିବା ସତ୍ତ୍ୱେ ଏଭଳି କିପରି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ତାରା କହିଛନ୍ତି, “ଦାୟିତ୍ୱରେ ଥିବା ଅଫିସର ଠିକ୍ ଭାବେ କାର୍ଯ୍ୟ ସଂପାଦନ କରୁ ନାହାନ୍ତି। ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ କେତେବେଳେ ଓଡ଼ିଶାରେ ପହଞ୍ଚିବ, ସେ  ଖବର ସରକାରଙ୍କ ପାଖରେ ନଥାଏ। ସରକାରଙ୍କ ଏହି ଅବହେଳା କାରଣରୁ ପ୍ରବାସୀମାନେ ମନଇଚ୍ଛା ଓହ୍ଲାଇ ବୁଲିଛନ୍ତି ବା ଅଧା ରାସ୍ତାରେ ଓହ୍ଲାଇ ଫେରାର ହୋଇଯାଉଛନ୍ତି।”

ଆହୁରି ପଢ଼ନ୍ତୁ

ସେ ଆହୁରି କହିଛନ୍ତି, “ପ୍ରବାସୀମାନେ ଯେଉଁ ଷ୍ଟପେଜରେ ଓହ୍ଲାଇବେ, ସେହି ସବୁଜାଗାରେ ପୁଲିସ୍ ମୁତୟନ ହେବା ଦରକାର। ସେମାନଙ୍କୁ ତୁରନ୍ତ କ୍ୱାରେଣ୍ଟାଇନ ସେଣ୍ଟରରେ ଭର୍ତ୍ତି କରାଯିବା ଉଚିତ। ନ ହେଲେ ରାଜ୍ୟରେ ସଂକ୍ରମଣ ବଢ଼ିଯିବ। ଗଞ୍ଜାମ ଭଳି ଅନ୍ୟ ଜିଲ୍ଲାରେ ବି ସଂକ୍ରମଣ ବଢ଼ିଯିବ। ଶେଷରେ ସରକାର ଆୟତ୍ତ କରିପାରିବେ ନାହିଁ ଓ ଲୋକେମାନେ ପୋକମାଛି ପରି ମରିଯିବେ।”

ଅନ୍ୟପକ୍ଷରେ ତାରାଙ୍କ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳି ପାରିନାହିଁ।

[ad_2]
Show More
Back to top button