ରାଜ୍ୟ

ସମ୍‌ରେ ସ୍ୱତନ୍ତ୍ର କରୋନା ହସ୍ପିଟାଲ ପ୍ରସ୍ତୁତ

ଭୁବନେଶ୍ୱର (ସତ୍ୟଶିଖା): ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହୋଇଛି ତୃତୀୟ କୋଭିଡ୍ ହସ୍‌ପିଟାଲ୍‌। ଆଜି ସମ୍ ହସ୍‌ପିଟାଲ୍‌ରେ ୫୨୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଇଛି। ଏହା ପୂର୍ବରୁ କିମ୍ସ  ଓ ଅଶ୍ୱିନୀରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିଲା ।

ଏମ୍‌ସିଏଲ୍‌ ସ୍ପନ୍ସରରେ ଏହି ହସ୍‌ପିଟାଲ୍‌କୁ ସମ୍ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିଚାଳନା କରୁଛି। ଏଠାରେ ଥିବା ସୋଆ କ୍ୟାମ୍ପସରେ ୨୦ ଶଯ୍ୟା ବିଶିଷ୍ଟ ଆଇସିୟୁ ମଧ୍ୟ ପ୍ରସ୍ତୁତ କରାଯାଇଛି।

ଆହୁରି ପଢ଼ନ୍ତୁ

ସମ୍ ହସ୍ପିଟାଲରେ ୫୨୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ମେଡିକାଲ ପ୍ରସ୍ତୁତିରେ ସହଯୋଗ ପାଇଁ ସୋଆକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି।

ସେହିପରି କିମ୍ସ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ପରେ ଏଥିରେ ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଏହି ହସ୍ପିଟାଲରେ ୧୪ ଜଣ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଛି। ଅଶ୍ୱିନୀରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ ହୋଇଯାଇଛି ।

[ad_2]
Show More
Back to top button