ସମ୍ଭାବ୍ୟ ବାତ୍ୟା ମୁକାବିଲା : ୪ ଜିଲ୍ଲା ଦାୟିତ୍ୱରେ ୪ ବରିଷ୍ଠ ଆଇଏଏସ

ଭୁବନେଶ୍ୱର(ସତ୍ୟଶିଖା): ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ’ର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାବେଳେ ସର୍ବାଧିକ ପ୍ରଭାବ ପଡ଼ିବାର ଆଶଙ୍କା ଥିବା ୪ଟି ଜିଲ୍ଲା ପାଇଁ ୪ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ମୁତୟନ କରିଛନ୍ତି। ଏହି ଅଫିସରମାନେ ଅମ୍ଫାନ ମୁକାବିଲା ଓ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ।

ଆହୁରି ପଢ଼ନ୍ତୁ

ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ବରିଷ୍ଠ ଆଇଏଏସ୍ ତଥା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀଙ୍କୁ ବାଲେଶ୍ୱର, ସୁଶୀଲ କୁମାର ଲୋହାନୀଙ୍କୁ ଭଦ୍ରକ, ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଓ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଛି। ‘ଅମ୍ଫାନ’ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲାରେ ସ୍ୱତନ୍ତ୍ର ପଦକ୍ଷେପ ନେଉଥିଲେ ମଧ୍ୟ ଉପରୋକ୍ତ ୪ଟି ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଥିବା ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

[ad_2]
Exit mobile version