ଖାଦ୍ୟଜୀବନମନ୍ତ୍ରରୋଷେଇ

ଶୁଖିଲା ମସଲା ଛତୁ ଫ୍ରାଏ

ସତ୍ୟଶିଖା ୨୩/୦୧/୨୦୨୧ :

ଆବଶ୍ୟକ ସାମଗ୍ରୀ
ଛତୁ – ୪୦୦ ଗ୍ରାମ
କଟା ଟମାଟୋ – ୩ଟି
କଟା ଧନିଆପତ୍ର – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଚିଲି ସସ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ବଟର – ଆବଶ୍ୟକ ପରିମାଣରେ
ଗୋଲମରିଚ ଗୁଣ୍ଡ – ଅଳ୍ପ
କ୍ରିମ – ୧ ଚାମଚ
ତେଲ – ଆବଶ୍ୟକ ପରିମାଣରେପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଏକ ପାତ୍ରରେ ଧୁଆ ହୋଇଥିବା ଛତୁ, ଲୁଣ, ହଳଦୀ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ତେଲ, ଚିଲି ସସ , ଟମାଟୋ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ବଟର ପକାନ୍ତୁ। ବଟର ପକାଇବା ପରେ ଗୋଳାଇ ରଖିଥିବା ଛତୁକୁ ପକାଇ ଭଲ ଭାବେ ଭାଜନ୍ତୁ। କିଛି ସମୟ ଭାଜିବା ପରେ ସାମାନ୍ୟ ଲୁଣ, ଲଙ୍କା ଗୁଣ୍ଡ, ପାଣି ଦେଇ ୨ ମିନିଟ ଫୁଟାନ୍ତୁ। ୨ ମିନିଟ ପରେ ୧ ଚାମଚ କ୍ରିମ ପକାଇ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଶୁଖିଲା ମସଲା ଛତୁ ଫ୍ରାଏ ।

Show More
Back to top button